ମହିଳାମାନେ ବ୍ୟବହାର କରୁଥିବା ସାମ୍ପୁ, ଲୋସନ ଏବଂ ସାବୁନରେ ଚିହ୍ନଟ ହୋଇଛି କ୍ୟାନ୍ସର ସୃଷ୍ଟିକାରୀ କେମିକାଲ୍‌: ରିସର୍ଚ୍ଚରୁ ଖୁଲାସା

ରିସର୍ଚ୍ଚରୁ ଖୁଲାସା: ସାମ୍ପୁ, ଲୋସନ ଏବଂ ସାବୁନରେ ଚିହ୍ନଟ ହୋଇଛି କ୍ୟାନ୍ସର ସୃଷ୍ଟିକାରୀ କେମିକାଲ

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତ୍ୱଚାର ଯତ୍ନ ପାଇଁ ବ୍ୟବହାର କରାଯାଉଥିବା ଜିନିଷରେ ବହୁ ସଂଖ୍ୟାରେ carcinogen ମିଳିଛି, ଯାହା ଏକ କ୍ୟାନ୍ସରକାରୀ ତତ୍ତ୍ୱ।

ଏହି କେମିକାଲ କ୍ୟାନ୍ସର ସହ ଜଡ଼ିତ, ହେଲେ ଏହା ସାଧାରଣ ଭାବେ ସାମ୍ପୁ, ଲୋସନ, ବଡ଼ି ସୋପ ବା ସାବୁନ ଏବଇ ଆଇଲାସ ଗ୍ଲୁ ଭଳି ଉତ୍ପାଦରେ ମିଳିଛି, ଏଥିସହ ଏହାକୁ ବହୁ ସମୟ ପର୍ଯ୍ୟନ୍ତ ରଖିବା ଲାଗି ଏଥିରେ ପ୍ରିଜର୍ଭେଟିବ ମଧ୍ୟ ମିଳୁଛି।

Environmental Science & Toxicology Lettersରେ ପ୍ରକାଶିତ ଏକ ଅଧ୍ୟୟନରେ ଜଣାପଡିଛି ଯେ, ଅଧିକ କଳା ଏବଂ ଲାଟିନା ମହିଳା ବ୍ୟବହାର କରୁଥିବା ପ୍ରଡକ୍ଟରେ formaldehyde-releasing କେମିକାଲ ରହିଛି।

ଏହି ଅଧ୍ୟୟନରୁ ଜଣାପଡିଛି ଯେ, କେଶକୁ ଷ୍ଟ୍ରେଟ କରୁଥିବା କ୍ରିମ ବ୍ୟତୀତ ଅନ୍ୟ ପଡକ୍ଟରେ ମଧ୍ୟ କ୍ୟାନ୍ସର ଜନିତ କେମିକାଲ ରହୁଛି।

ଅଧ୍ୟୟନରୁ କଣ ହୋଇଛି ଖୁଲାସା: ଲସ୍ ଆଞ୍ଜିଲସରେ ୭୦ ଜଣ କଳା ଏବଂ ଲାଟିନା ମହିଳା ବ୍ୟବହାର କରୁଥିବା ସାମ୍ପୁ, ଲୋସନ ଏବଂ ସାବୁନ ନେଇ କରାଯାଇଥିବା ରିସର୍ଚ୍ଚରେ ଏକ ଆଶ୍ଚର୍ଯ୍ୟଜନକ ରେଜଲ୍ଟ ସାମ୍ନାକୁ ଆସିଛି।

ଏକ ଡେଡିକେଟେଡ ଆପ୍‌, ପାର୍ଟିସିପାଣ୍ଟ ପ୍ରଡକ୍ଟ ଲେବଲଗୁଡ଼ିକର ଏକ ଫଟୋ ଜାରି କରିଥିଲେ। ଏହି ରେଜଲ୍ଟରେ ଜଣାପଡିଛି ଯେ, ସେଥିରେ ୫୩% formaldehyde-releasing କେମିକାଲ ପ୍ରଡକ୍ଟ ଗୋଟିଏ ବ୍ୟବହାର କରାଯାଇଥିଲା।

କିନ୍ତୁ ଅନ୍ୟାନ୍ୟ କେମିକାଲ ଯୁକ୍ତ ପଦାର୍ଥ ସପ୍ତାହରେ ଅନେକ ଥର ବ୍ୟବହାର କରାଯାଉଥିଲା। ସର୍ଭେ କରାଯାଇଥିବା ୫୮% ହେୟାର କେୟାର ପ୍ରଡକ୍ଟରେ carcinogen ମିଳିଛି। ଏଥିସହ ଏହା ସାମ୍ପୁ, ଲୋସନ, ସାବୁନ ଏବଂ ଆଇଲାସ୍ ଗ୍ଲ୍ୟୁ ରେ ମିଳିଛି।