BIG BREAKING: ଓଡ଼ିଶାର ପାରାଦୀପ ବନ୍ଦରରେ ପାକିସ୍ତାନୀ!

ପାରାଦୀପ ବନ୍ଦରରେ ପାକିସ୍ତାନୀ!

ପାରାଦୀପ: ପାକିସ୍ତାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ। ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବରଙ୍କୁ ଅଟକ ରଖାଯାଇଛି।

ସୂଚନାନୁଯାୟୀ, ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଥିଲା ଏହି ଜାହାଜ। ଏହି ଜାହାଜରେ ୨ଜଣ ଭାରତୀୟ, ଜଣେ ଥାଇଲାଣ୍ଡ ନାଗରିକ ମଧ୍ୟ ଅଛନ୍ତି। ଏ ନେଇ ମେରାଇନ ପୋଲିସକୁ ଅବଗତ କରାଯାଇଛି। ସିଆଇଏସଏଫ୍‌, କଷ୍ଟମ ବିଭାଗକୁ ମଧ୍ୟ ଅବଗତ କରାଯାଇଛି।

୨୨ ଅପ୍ରେଲରେ ପହଲଗାମରେ ଘଟିଥିବା ଆତଙ୍କୀ ହମଲା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏହାପରେ ଭାରତରେ ପାକିସ୍ତାନୀଙ୍କୁ ନେଇ କଡ଼ା କଟକଣା ଜାରି ହୋଇଛି। କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ରାଜ୍ୟର ପାରାଦୀପ ବନ୍ଦରରେ ପହଞ୍ଚିଛନ୍ତି।