ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ, ଓଡ଼ିଶା ଉପରେ କୌଣସି ଭୟ ନାହିଁ

ଓଡ଼ିଶାରେ ହେବନି ବାତ୍ୟା ।

ନୂଆଦିଲ୍ଲୀ: ଗତ କିଛିଦିନ ଧରି ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରିତ କରୁଥିଲେ । ଆଜି ଏହା ଉପରୁ ପରଦା ହଟାଇଛି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ । ବାତ୍ୟା ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ।

ମେ ୨୩ରୁ ୨୮ ମଧ୍ୟରେ ବାତ୍ୟା ହେବା ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ଉପରେ କୌଣସି ବାତ୍ୟା ଭୟ ନାହିଁ ବୋଲି କୁହାଯାଇଛି ।

ପ୍ରକାଶଥାଉକି, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମେ ୨୩ରୁ ୨୮ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିଲା । ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବା ନେଇ କୁହାଯାଇଥିଲା ।

ବାତ୍ୟା ସୃଷ୍ଟି ହେଲେ ଏହାର ନାମ ଶକ୍ତି ରଖାଯିବା ନେଇ ମଧ୍ୟ କୁହାଯାଇଥିଲା । ତେବେ ଏବେ ବାତ୍ୟା ନାହିଁ ବୋଲି ଆଜି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।