ନୂଆଦିଲ୍ଲୀ: ଏକ ସମୟରେ ଯେତେବେଳେ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ବ୍ୟବଧାନ ବଢ଼ୁଛି, ବୁଧବାର ଦେଶର ସର୍ବୋଚ୍ଚ ନ୍ୟାୟିକ ଅଧିକାରୀ ଭାବେ ଶପଥ ନେଇଥିବା ବିଚାରପତି ବି.ଆର. ଗଭାଇଙ୍କୁ ଅନେକ ଜରୁରୀ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ଏହାର ମଧ୍ୟରେ ରହିଛି ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଦ୍ଵାରା ବିଲ୍ଗୁଡ଼ିକର ଅନୁମୋଦନ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ଠାରୁ ଆରମ୍ଭ କରି ସାମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ସୁପ୍ରିମକୋର୍ଟର ଅସାଧାରଣ କ୍ଷମତାର ବ୍ୟବହାର ପର୍ଯ୍ୟନ୍ତ।
ତେବେ, ନୂତନ ଭାବେ ଶପଥ ନେଇଥିବା ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କୁ ତାମିଲନାଡୁ ରାଜ୍ୟପାଳ ମାମଲାରେ ଏକ ଐତିହାସିକ ରାୟରେ ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଦ୍ଵାରା ଉଲ୍ଲେଖ କରାଯାଇଥିବା ରାଷ୍ଟ୍ରପତିଙ୍କ ପ୍ରଶ୍ନର ସମାଧାନ କରିବା ହେଉଛି ପ୍ରଥମ ଚ୍ୟାଲେଞ୍ଜ। ଏହି ପ୍ରଶ୍ନ ହେଉଛି, ସୁପ୍ରିମକୋର୍ଟ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ କରିପାରିବ କି ନାହିଁ।