ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ

ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସେନା, ପୋଲିସ ଓ ସିଆରପିଏଫ୍ ଯବାନଙ୍କ ମିଳିତ ଏନକାଉଣ୍ଟର ଥିଲା। ୨ ଦିନ ତଳେ ସୋପିଆନରେ ଏନକାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିହତ ହୋଇଥିଲେ।

ଗୁରୁବାର ସକାଳେ ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନଦୀର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହା ହେଉଛି ୪୮ ଘଣ୍ଟା ମଧ୍ୟରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଦ୍ଵିତୀୟ ସାମ୍ନାସାମ୍ନି।

ଏହି ଅଞ୍ଚଳରେ ଜୈଶ-ଏ-ମହମ୍ମଦ ସଂଗଠନର ଆହୁରି ଦୁଇରୁ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ବିଶ୍ଵାସ କରାଯାଉଛି, ଏବଂ ଅପରେସନ ଚାଲିଛି।

ଏହା ପୂର୍ବରୁ ମଙ୍ଗଳବାର ଶୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଅପରେସନରେ ଲସ୍କର-ଏ-ତୋଇବାର ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।