‘ମୋ ସରଳତା ମୋ ଦୁର୍ବଳତା ନୁହେଁ’, ବିଡିଓ-ସିଡିଓଙ୍କୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ
ବିଡିଓ-ସିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ
ଭୁବନେଶ୍ୱର: ବିଡିଓ-ସିଡିଓଙ୍କୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜନପ୍ରତିନିଧିଙ୍କ କଥା ଶୁଣୁନଥିବାରୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉନାହାନ୍ତି।
ସେ ଆହୁରି କହିଛନ୍ତି ଯେ, ସଭାରୁ ଲୋକଙ୍କୁ ଚାଲିଯିବାକୁ କୁହାଯାଉଛି। ମୋ ପାଖରେ ସବୁ ରେକର୍ଡ ଅଛି। ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ କାମ କରିବାକୁ ପଡ଼ିବ। ମୋ ସରଳତା ମୋ ଦୁର୍ବଳତା ନୁହେଁ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେକାଳ ପଖାଳ ଆଉ ନାହିଁ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ କରିବେନି। ଲୋକଙ୍କ କାମ କରିବେ। ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନରେ ସେଟଅପ୍ ଦେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ।