Breaking: ରାଜଧାନୀରେ ସିନ୍ଦୂର ଯାତ୍ରା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କାଲିଠାରୁ ଆରମ୍ଭ ହେବ ‘ସିନ୍ଦୂର ଯାତ୍ରା’। ମିଶନ ଶକ୍ତି ପକ୍ଷରୁ ଆରମ୍ଭ ହେବ ଏହି ‘ସିନ୍ଦୂର ଯାତ୍ରା’ ।

‘ଅପରେସନ ସିନ୍ଦୁର’ ର ସଫଳତା ନେଇ ଏହି ଯାତ୍ରା ହେବାକୁ ଯାଉଛି । ମାଷ୍ଟରକ୍ୟାଣ୍ଟିନଠାରୁ ରମାଦେବୀ ବିଶ୍ବବିଦ୍ୟାଳୟ ଯାଏଁ ଏହି ଯାତ୍ରା ହେବ । ଏହି ‘ସିନ୍ଦୂର ଯାତ୍ରା’ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଦ୍ବାରା ‘ଅପରେସନ ସିନ୍ଦୂର’ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ ପାକିସ୍ତାନର 100 ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।