ବାଉଳେଇ ହେଉଛନ୍ତି ଟ୍ରମ୍ପ! (Video) ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ‘U’ ଟର୍ଣ୍ଣ

ୱାଶିଂଟନ୍: ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତି ସମାଧାନ ପ୍ରସଙ୍ଗରେ ୟୁ’ ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

କତାରରେ ଆମେରିକୀୟ ସେନାଙ୍କୁ ସମ୍ବୋଧନ କରିବା ବେଳେ ଗୁରୁବାର ଟ୍ରମ୍ପ କହିଛନ୍ତି, ପାକିସ୍ତାନ- ଭାରତ ସଂଘର୍ଷରେ ମୁଁ ମଧ୍ୟସ୍ଥତା କରିନାହିଁ । କିନ୍ତୁ ମୁଁ ଅସ୍ତ୍ରବିରତି ଲାଗି ସହଯୋଗ କରିବାକୁ କହିଥିଲି ।

କିଛିଦିନ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ଟ୍ରମ୍ପଙ୍କ ଦ୍ୱାରା କରାଯାଇଥିବା ସେ ନିଜେ ଦାବି କରିଥିଲେ । ହେଲେ ଏବେ ଟ୍ରମ୍ପ ୟୁ’ ଟର୍ଣ୍ଣ ନେଉଥିବା ଦେଖିବାକୁ ମିଳିଛି ।

ତାଙ୍କ କଥାରେ କୌଣସି ପ୍ରକାର ତାଳମେଳ ଖାଉ ନ ଥିବା ସିଧା ସିଧା ଦେଖିବାକୁ ମିଳୁଛି । ଅନ୍ୟପଟେ ପାକିସ୍ତାନ ସହ ବାଣିଜ୍ୟ କାରବାର ଆରମ୍ଭ କରିବା ନେଇ ଟ୍ରମ୍ପ ପ୍ରସ୍ଥାବ ଦେଇଥିବାବେଳେ ଏ ନେଇ ପାକିସ୍ତାନ ବେଶ୍ ଖୁସୀ ଥିବା ଟ୍ରମ୍ପ କହିଛନ୍ତି ।

୧୦୦୦ ବର୍ଷ ହେବ ପାକିସ୍ତାନ ଓ ଭାରତ ମଧ୍ୟରେ ସଂଘର୍ଷ ଲାଗି ରହିଛି । ସେଥି ପାଇଁ ମୁଁ ଏହାର ସମାଧାନ କରିବା ପାଇଁ ପ୍ରସ୍ଥାବ ଦେଇଥିଲି ବୋଲି ଟ୍ରମ୍ପ କହିଛନ୍ତି ।

ଅପରେଶନ୍ ସିନ୍ଦୂରଠାରୁ ଆରମ୍ଭ କରି ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିବା ପର୍ଯ୍ୟନ୍ତ ଭାରତୀୟ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଆମେରିକାର ମଧ୍ୟସ୍ଥତା ସମ୍ପର୍କରେ ସୂଚନା ଦିଆଯାଇ ନାହିଁ ।