ଭାରତ ମୁହାଁ କୋଭିଡ୍ -୧୯! ଭୟ ନ କରି ସଚେତନ ରହିବାର ବେଳ

ହଂକଂ, ଚାଇନାରେ କାୟା ବିସ୍ତାର କଲାଣି କୋଭିଡ୍ । ଡବ୍ଲ୍ୟୁଏଚଓ ପକ୍ଷରୁ ଜାରି କରାଯାନି ସତର୍କତା ।

ନୂଆଦିଲ୍ଲୀ: ଫେରୁଛି କୋଭିଡ୍-୧୯ । ଚାଇନା, ହଂକଂରେ ଧିରେ ଧିରେ କରୋନା ସଂକ୍ରମଣ ମାମଲା ବଢ଼ିବା ଖବର ପ୍ରକାଶ ପାଇବାରେ ଲାଗିଛି । ଏସିଆ ମହାଦେଶର ଏକାଧିକ ରାଷ୍ଟ୍ରରେ ଏବେ ସମାନ ପରିସ୍ଥିତି ।

ଭାରତରେ ପୁଣିଥରେ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ନ ଡରି ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ।

ବର୍ତ୍ତମାନ ସ୍ଥିତିରେ କୋଭିଡକୁ ନେଇ ଭାରତୀୟମାନେ ଡରିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ସ୍ଥିତିରେ କୋଭିଡ୍ ଭୂତାଣରୁ କମ୍ ପ୍ରଭାବୀ ସଂକ୍ରମଣ ହେବାର ଭୟ ରାହିଛି । ଏହାକୁ ଦୂର କରିବା ପାଇଁ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କଲେ ସଂକ୍ରମଣର ଭୟ ରହିବ ନାହିଁ ।

ନବଜାତ, ବୟସ୍କ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଅଦିକ ସତର୍କତା ରହତିବାର ଆବଶ୍ୟକତା ରହିଛି । ବିଶ୍ୱ ସ୍ୱାସ୍ତ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ବିଶ୍ୱବ୍ୟାପୀ କୌଣସି ସତର୍କତା ଜାରି କରାଯାଇ ନ ଥିବାବେଳେ ଡରିବାର କୌଣସି ଆବଶ୍ୟକତା ନ ଥିବା କୁହାଯାଇଛି ।