20 ମାସର ଶିଶୁକୁ ହତ୍ୟା, 100 ବର୍ଷ ପରେ ବି ରହସ୍ୟରୁ ହଟୁନି ପରଦା

ରହସ୍ୟ ଉପରୁ ହଟୁନି ପରଦା, 20 ମାସର ଶିଶୁକୁ ହତ୍ୟାର 100 ବର୍ଷ ପରେବି ପାଲଟିଛି ଚର୍ଚ୍ଚାର ବିଷୟ

ଓଡିଶା ଭାସ୍କର : 1 ମାର୍ଚ୍ଚ 1932। 20ମାସର ଶିଶୁ ଚାର୍ଲ୍ସ ଅଗଷ୍ଟସ୍ ଲିଣ୍ଡବର୍ଗ ଜୁନିଅରଙ୍କୁ ଅପହରଣ କରାଯାଇଥିଲା ଏବଂ ଦୁଇ ମାସ ପରେ, ମାନେ ମେ 12ରେ ତାଙ୍କ ମୃତଦେହ ରାସ୍ତା କଡ଼ରେ ମିଳିଥିଲା। ଏହି ଘଟଣାକୁ crime of the century ବୋଲି କୁହାଯାଏ। ଏହା ପ୍ରାୟ ୧୦୦ ବର୍ଷ ପୂର୍ବର ଘଟଣା ଯାହା ଆମେରିକାରେ ଘଟିଥିଲା। ଆଜି ବି ସେ ରହସ୍ୟ ବିଷୟରେ ଜାଣିବା ପାଇଁ ଲୋକମାନେ ବେଶ ଆଗ୍ରହୀ।

ଚାର୍ଲ୍ସ ଅଗଷ୍ଟସ୍ ଲିଣ୍ଡବର୍ଗ ଜୁନିଅରଙ୍କ ମାଆନ ଆନ୍ ମାଁରୋ ଲିଣ୍ଡବର୍ଗ, ଜଣେ କୂଟନୀତିଜ୍ଞଙ୍କ ଝିଅ ଥିଲେ, ଏବଂ ତାଙ୍କ ବାପା, ଚାର୍ଲ୍ସ ଲିଣ୍ଡବର୍ଗ, ଜଣେ ବିମାନଚାଳକ ଥିଲେ ଯିଏ ନ୍ୟୁୟର୍କରୁ ପ୍ୟାରିସ ପର୍ଯ୍ୟନ୍ତ ବିଶ୍ୱର ପ୍ରଥମ ନନ୍-ଷ୍ଟପ୍ ଏକାକୀ ବିମାନ ଯାତ୍ରା କରି ପ୍ରସିଦ୍ଧି ଅର୍ଜନ କରିଥିଲେ।

ଚାର୍ଲ୍ସ ଅଗଷ୍ଟସ୍ ଲିଣ୍ଡବର୍ଗ ଜୁନିଅର 20 ମାସର ଥିବାବେଳେ ନ୍ୟୁ ଜର୍ସିର ପୂର୍ବ ଆମୱେଲରେ ଥିବା ତାଙ୍କ ଶୋଇବା ଘରୁ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପରେ, ଘରୁ ଏକ କାଠ ସିଡ଼ି, ହାତୁଡି ଏବଂ ଏକ ଚିଠି ମିଳିଥିଲା। ଯେଉଁଥିରେ ଚାର୍ଲ୍ସ ଅଗଷ୍ଟସ୍ ଙ୍କୁ ଛାଡିବା ପାଇଁ ଟଙ୍କା ଦେବାକୁ ଲେଖାଯାଇଥିଲା।

ତା ପରେ ମଧ୍ୟ ଟଙ୍କା ପାଇଁ ଅନେକ ଚିଠି ଆସିଲା ଏବଂ ଟଙ୍କାର ମାତ୍ରା ବଢ଼ିଲା ବଢିଚାଲିଲା। ପରିବାର ଲୋକେ ଚାର୍ଲ୍ସ ଅଗଷ୍ଟସ୍ ଲିଣ୍ଡବର୍ଗ ଜୁନିଅରଙ୍କୁ ମୁକୁଳେଇବା ପାଇଁ 50ହଜାର ଡଲାରର ବ୍ୟବସ୍ତା ମଧ୍ୟ କରିଥିଲେ। କିନ୍ତୁ 10 ସପ୍ତାହ ପରେ, ମେ 12 ତାରିଖରେ, ତାଙ୍କର ମୃତ ଦେହ ମିଳିଥିଲା।

ନ୍ୟୁ ଜର୍ସି ପୋଲିସ ନେତୃତ୍ୱରେ ତଦନ୍ତ ସେପ୍ଟେମ୍ବର 1934 ପର୍ଯ୍ୟନ୍ତ ଜାରି ରହିଥିଲା। ଯେତେବେଳେ ପିଲାକୁ ମୁକୁଳିବା ପାଇଁ ଦିଆଯାଇଥିବା ଟଙ୍କାରୁ 10 ଡଲାର ନ୍ୟୁୟର୍କରେ ପେଟ୍ରୋଲ କିଣିବା ପାଇଁ ବ୍ୟବହାର କରାଗଲା ସେତେବେଳେ ତଦନ୍ତକାରୀମାନେ ସେହି କାର ବିଷୟରେ ପତ୍ତା କରି ତା ମାଲିକ ଯାଏଁ ପହଞ୍ଚିଥିଲେ। ଏବଂ ତାଙ୍କ ଗ୍ୟାରେଜରୁ ପିଲାକୁ ମୁକୁଳେଇବା ପାଇଁ ଦିଆଯାଇଥିବା ଟଙ୍କା ମଧ୍ୟରୁ 13,760 ଡଲାର ପାଇଥିଲେ।

ମାଲିକ ଜଣଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିଚାର ପୂର୍ବରୁ ଜର୍ମାନୀରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ତାଙ୍କୁ ସେ ଟଙ୍କା ରଖିବାକୁ ଦେଇଥିଲେ। ଏହା ବ୍ୟତୀତ ମଧ୍ୟ ଅପହରଣ କରାଯାଇଥିବା ସ୍ଥାନରୁ କୌଣସି ଆଙ୍ଗୁଠି ଚିହ୍ନ ମଧ୍ୟ ମିଳିନଥିଲା। ସେ ମାଲିକ ଜଣଙ୍କବି ତାଙ୍କ ଅପରାଧକୁ ସ୍ୱୀକାର କରିନଥିଲେ।

ଏହା ସହିତ ତଦନ୍ତକାରୀଙ୍କୁ ଏହି କଥାର କିଛି ସ୍ପଷ୍ଟୀକରଣ ମଧ୍ୟ ମିଳିନଥିଲା ଯେ ବର୍ଷାରେ ଜଣେ ଲୋକ ଦ୍ୱିତୀୟ ମହଲାର ନର୍ସରୀରୁ ପିଲାଟିକୁ କିପରି ଅପହରଣ କରିଲା, ଯେତେବେଳେ ଘରେ ପାଞ୍ଚ ଜଣ ବୟସ୍କ ଲୋକ ଏବଂ ଗୋଟିଏ କୁକୁର ଉପସ୍ଥିତ ଥିଲା। ତଥାପି, ନ୍ୟୁ ଜର୍ସିର ଫ୍ଲେମିଂଟନରେ ଛଅ ସପ୍ତାହର ବିଚାର ପରେ ସେହି କାର ମାଲିକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

କୁହାଯାଏ କି ପିଲାଟିର ମୃତ୍ୟୁ ପଛରେ ତାଙ୍କ ବାପା ସାମିଲ ଥିଲେ ବୋଲି।

ଯେତେବେଳେ ଚାର୍ଲ୍ସ ଅଗଷ୍ଟସ୍ ଲିଣ୍ଡବର୍ଗ ଜୁନିଅରଙ୍କର ଅପହରଣ ଏବଂ ହତ୍ୟା ହୋଇଥିଲା ସେତେବେଳେ ତାଙ୍କ ପିତା ଜଣେ ହିରୋ ଥିଲେ, କାହିଁକି ନା ସେ ବିଶ୍ଵର ପ୍ରଥମ ଲୋକ ଯେ କି ନ୍ୟୁୟର୍କରୁ ପ୍ୟାରିସ ପର୍ଯ୍ୟନ୍ତ ନନଷ୍ଟପ ନ ଅଟକି ବିମାନ ଯାତ୍ରା ଏକା ଶେଷ କରିଥିଲେ।

କାଲିଫର୍ନିଆର ଜଣେ ଅବସରପ୍ରାପ୍ତ ବିଚାରପତି ଲିସ୍ ପର୍ଲମ୍ୟାନଙ୍କ ମତରେ ଚାର୍ଲ୍ସ ଲିଣ୍ଡବର୍ଗ ହେଉଛନ୍ତି ଜଣେ ଭୟଙ୍କର ଲୋକ। ସେ ନିଜ ସ୍ୱାର୍ଥ ପାଇଁ କିଛି ବି କରିପାରନ୍ତି। ବୈଜ୍ଞାନିକ ପରୀକ୍ଷଣ ପାଇଁ ସେ ତାଙ୍କ ପୁଅକୁ ବଳି ଦେଇଥିଲେ, ଯାହା ଫଳରେ ପିଲାଟିର ମୃତ୍ୟୁ ଘଟିଥିବା କହିଛନ୍ତି ବିଚାରପତି ଲିସ୍ ପର୍ଲମ୍ୟାନ।

ପର୍ଲମ୍ୟାନ୍ ତାଙ୍କ ପୁସ୍ତକ “ଦି ଲିଣ୍ଡବର୍ଗ କିଡନାପିଂ ସସ୍ପେକ୍ଟ ନମ୍ବର 1: ଦି ମ୍ୟାନ୍ ହୁ ଗଟ୍ ଆୱେ” ରେ ଏହି ଘଟଣା ସମ୍ପର୍କରେ ଲେଖିଛନ୍ତି: ‘ମୁଁ ପିଲାଟିର ପିତାକୁ ତାର ଅପହରଣ ଏବଂ ହତ୍ୟାକାରୀ ବୋଲି ଭାବୁଛି । ସେ ଜଣେ ଭୁଲ କରୁଥିବା ମଣିଷ, ଭଗବାନ ନୁହଁନ୍ତି। ଏହା ଏକ ଏପରି ଘଟଣା ଯାହାକୁ ନେଇ ସମସ୍ତେ ସନ୍ଦେହ କରନ୍ତି ।’