Breaking: BMC କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମଦ ବୋତଲରେ ଆକ୍ରମଣ

BMC କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ ।

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା ।  BMC କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଭିଏସ୍‌ଏସ୍‌ ଫାଣ୍ଡି ସମ୍ମୁଖରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମଦ ବୋତଲରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

ମୁଣ୍ଡରେ ବୋତଲ ମାଡ଼- ଖବର ଅନୁସାରେ, ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି ବେଳେ ଭିଏସ୍‌ଏସ୍‌ ଫାଣ୍ଡି ସମ୍ମୁଖରେ ଆକ୍ରମଣ ହୋଇଥିଲା । ମୁଣ୍ଡରେ ମଦ ବୋତଲ ଫଟାଇବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ଖବର ପାଇବା ପରେ ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିଛି ।

ବିଏମସି କର୍ମଚାରୀଙ୍କ ଫାଟିଲା ମୁଣ୍ଡ- ତେବେ ବିଏମସି କର୍ମଚାରୀଙ୍କୁ ଆକ୍ରମଣ ଫଳରେ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିବା ମଧ୍ୟ ଦେଖାଯାଇଛି । ମୁଣ୍ଡରେ ଅଧିକ ମାଡ଼ ହୋଇଥିବା ବେଳେ ପିନ୍ଧିଥିବା ପୋଷାକରେ ମଧ୍ୟ ରକ୍ତଛିଟା ଦେଖାଯାଇଛି ।

ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତଜଣକ ଏଭଳି କାଣ୍ଡ ଭିଆଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ମଦ ନିଶା ନା ପୂର୍ବ ଶତ୍ରୁତା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।