ପାକିସ୍ତାନ କ୍ଷେପଣାସ୍ତ୍ର ଧ୍ୱଂସର ଡେମୋ ଦେଖାଇଲା ସେନା
ସ୍ୱର୍ଣ୍ଣ ମନ୍ଦିରକୁ ସୁରକ୍ଷା ଦେଇଥିଲା ଆକାଶ ମିସାଇଲ୍ ସିଷ୍ଟମ।
ପଞ୍ଜାବ: ଅପରେସନ ସିନ୍ଦୂର। ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନ ବି ଭାରତ ଉପରେ ଅନେକ ପ୍ରକାର ଡ୍ରୋନ, ମିଶାଇଲ, ଗୁଳି ଗୋଳା ଆକ୍ରମଣ କରିଥିଲା। ହେଲେ ପାକିସ୍ତାନର ଟାର୍ଗେଟରେ ଥିଲା ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର।
ହଁ ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚାଲିଥିଲା। ଏବଂ କୁହାଯାଉଥିଲା ଏହି ତିକ୍ତତା ଏକ ଯୁଦ୍ଧର ରୂପ ନେବ। ସେତେବେଳେ ପହଲଗାମ ଆତଙ୍କୀ ହମଲାର ପ୍ରତୋଶୋଧ ନେବା ପାଇଁ ଭାରତୀୟ ସେନା ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ।
ହେଲେ ପାକିସ୍ତାନ ଭାରତର ସାଧାରଣ ଜନତାଙ୍କ ଉପରେ ହମଲା କରିବାକୁ ଯୋଜନା କରିଥିଲା। କେବଳ ଯୋଜନା କରିଥିଲା ତାହା ନୁହେଁ ବରଂ ହମଲା ମଧ୍ୟ କରିଥିଲା। ହେଲେ ଭାରତୀୟ ସେନା ପାକିସ୍ତାନର ସବୁ ଚାଲକୁ ଭଣ୍ଡୁର କରିଦେଇଥିଲେ।
ଆଉ ଏହାରି ଭିତରେ ଏକ ନୂଆ ସୂଚନା ଆସିଛି କି, ଅମୃତସର ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ୍ କରିଥିଲା ପାକିସ୍ତାନ। ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ୍ କରି ଛାଡ଼ିଥିଲା ଡ୍ରୋନ୍ ଓ ମିସାଇଲ୍। ହେଲେ ପାକିସ୍ତାନ ମିସାଇଲକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲା ସେନା।
ଏୟାର ଡିଫେନ୍ସ ଭେଦି କରିପାରି ନଥିଲା ପାକିସ୍ତାନ ଡ୍ରୋନ। ସ୍ୱର୍ଣ୍ଣ ମନ୍ଦିରକୁ ସୁରକ୍ଷା ଦେଇଥିଲା ଆକାଶ ମିସାଇଲ୍ ସିଷ୍ଟମ। ସ୍ୱର୍ଣ୍ଣ ମନ୍ଦିରକୁ ସୁରକ୍ଷା ଦେଇଥିଲା L-70 ଏୟାର ଡିଫେନ୍ସ ଗନ୍। ଆଉ ସେହି ପାକିସ୍ତାନ କ୍ଷେପଣାସ୍ତ୍ର ଧ୍ୱଂସର ଡେମୋ ଦେଖାଇଲା ସେନା।