(Video) ବର୍ଷା ପାଣିରେ ଧୋଇହୋଇଗଲା ବାଦାମ, ସହିପାରିଲେନି କେନ୍ଦ୍ର ମନ୍ତ୍ରୀ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଶୀଘ୍ର କ୍ଷତିପୂରଣ ଦେବା ଲାଗି ପ୍ରତିଶ୍ରୁତି ।
ନୂଆଦିଲ୍ଲୀ: ମହାରାଷ୍ଟ୍ରରର ଜଣେ କୃଷକଙ୍କ ଭିଡିଓ ଦେଖି ଆଉ ସହିପାରିଲେନି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ତୁରନ୍ତ କୃଷକଙ୍କୁ ଭିଡିଓ କଲ କରି ତାଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଫସଲ କ୍ଷତିକୁ ନେଇ ଖୁବ୍ଶୀଘ୍ର କ୍ଷତିପୂରଣ ମିଳିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଫସଲ ପାଇଁ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକତା ନ ଥିବା କହିଛନ୍ତି ମନ୍ତ୍ରୀ ।
ପ୍ରବଳ ବର୍ଷା ଯୋଗୁ ମଣ୍ଡିରେ ଥୁଅ ହୋଇଥିବା ବାଦାମ ପାଣିରେ ଭାସିଯିବାରୁ ଜଣେ କୃଷକ ପ୍ରାଣ ଲଗାଇ ଚେଷ୍ଟା କରୁଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Very sad to see this. Farmer tries his best to save his crops from rains, no awareness and it’s costing heavily. India surely needs an improved system so that all farmers can stay aware of the weather & surroundings. Visuals from Washim. pic.twitter.com/lhZFnXAwbS
— Mumbai Rains (@rushikesh_agre_) May 17, 2025
ଭାଇରାଲ ଭିଡିଓ ଅନୁସାରେ, ମହାରାଷ୍ଟ୍ରର ଗୌରବ ପନୱାର ନାମକ କୃଷକ; ବର୍ଷାରେ ଭିଜି ଭାସିଯାଉଥିବା ବାଦାମକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ବହୁ ଚେଷ୍ଟା ପରେ ବି ବର୍ଷା ଜଳରେ ବାଦାମ ସବୁ ଧୋଇ ହୋଇଯାଇଥିଲା ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କଲ କରି ଗୌରବଙ୍କ ଅସୁବିଧା ପଚାରି ବୁଝିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
सोशल मीडिया पर महाराष्ट्र के किसान भाई श्री गौरव पंवार जी का मार्मिक वीडियो देखकर हृदय विचलित हो गया।
असमय बारिश ने मंडी में रखी उनकी मूंगफली की फसल को बर्बाद कर दिया। किसान होने के नाते मैं इस पीड़ा को भली प्रकार समझ सकता हूं। मैंने गौरव जी से फोन पर बात की, उन्हें ढांढस… pic.twitter.com/gGn6a3BuMi
— Office of Shivraj (@OfficeofSSC) May 18, 2025