ଚିଲିକାରେ ଭାସୁଛି ଅଜଣା ମୃତଦେହ, ଗୋଡ଼ରେ ବନ୍ଧା ହୋଇଛି ପଥର
ଚିଲିକାରେ ଭାସୁଛି ଏକ ଅଜଣା ବ୍ୟକ୍ତିର ମୃତଦେହ । ମୃତ ବ୍ୟକ୍ତିର ଗୋଡ଼ରେ ପଥର ବନ୍ଧା ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଖୋର୍ଦ୍ଧା : ଚିଲିକାରେ ଭାସୁଛି ଏକ ଅଜଣା ବ୍ୟକ୍ତିର ମୃତଦେହ । ଚିଲିକାରେ କାହାକୁ ହତ୍ୟା କରାଯାଇ ଫିଙ୍ଗି ଦିଆ ଯାଇଥିବା କରାଯାଉଛି ଅନୁମାନ । କାରଣ ମୃତ ବ୍ୟକ୍ତିର ଗୋଡ଼ରେ ପଥର ବନ୍ଧା ଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ଲୋକମାନେ ଚିଲିକା କୂଳରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସକୁ ଖବର ଦିଆଯାଇ ଥିବା ବେଳେ ମୃତଦେହ ଜବତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ତେବେ ହତ୍ୟା କରାଯାଇ ଚିଲିକାରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି ।