୮ରୁ ୧୦ ଘଣ୍ଟା ACରେ ରହୁଥିଲେ ଜାଣି ରଖନ୍ତୁ ଏହି କଥା, ନଚେତ୍ ଭୋଗିବେ ଏସବୁ ସମସ୍ୟା

ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏପରିକି ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଫଳରେ ଜୀବନଯାତ୍ରା ଅହସ୍ୟ ହୋଇପଡ଼ିଛି । ଅନେକ ରାଜ୍ୟରେ ପାରଦ ୪୦ ଡିଗ୍ରୀ ଉପରେ ଥିବାରୁ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି ଯେ, ଆଗାମୀ ଦିନରେ ନୌତାପା ଯୋଗୁଁ ତାପମାତ୍ରା ୪୫ଡିଗ୍ରୀ ଟପିପାରେ।

ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଏୟାର କଣ୍ଡିସନର (AC) ବ୍ୟବହାରକୁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ। ଏହା କେବଳ ଆପଣଙ୍କ କୋଠରୀର ତାପମାତ୍ରାକୁ ସଠିକ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଆପଣଙ୍କୁ ଗରମରୁ ରକ୍ଷା କରେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯACର ମଧ୍ୟ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି?

ଗ୍ରୀଷ୍ମ ଦିନରେ ଏସି ଆମକୁ ଏକ ଆରାମଦାୟକ ପରିବେଶ ପ୍ରଦାନ କରେ, କିନ୍ତୁ ଯଦି ଆପଣ ମଧ୍ୟ ଦିନସାରା ACରେ ରୁହନ୍ତି, ତେବେ ନାନା ରୋଗର ଶିକାର ହେବାର ସମ୍ଭାବନା ରହିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏସି ବାୟୁରେ ଉପସ୍ଥିତ ଆର୍ଦ୍ରତାକୁ ଶୋଷିତ କରେ, ଯାହା ଫଳରେ ପରିବେଶ ଶୁଷ୍କ ହୋଇଯାଏ। ଏପରି ପରିବେଶରେ ନିରନ୍ତର ରହିବା ଦ୍ୱାରା ଚର୍ମ, ଆଖି, ଶ୍ୱାସକ୍ରିୟା ସମେତ ଅନେକ ସମସ୍ୟା ବଢ଼ିପାରେ। କେବଳ ଏତିକି ନୁହେଁ, ଯେଉଁମାନେ ପୂର୍ବରୁ ଏହା ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ଏସିର ଅତ୍ୟଧିକ ବ୍ୟବହାର ସମସ୍ୟାକୁ ଆହୁରି ବୃଦ୍ଧି କରିପାରେ।