ଦୀର୍ଘ ୮ ବର୍ଷ ପରେ ଟିମକୁ ଫେରିଲେ କରୁଣ ନାୟର, ବାଦ୍ ପଡିଲେ ସର୍ଫରାଜ ଓ ହର୍ଷିତ ରାଣା
୮ ବର୍ଷ ପରେ ଟିମକୁ ଫେରିଲେ କରୁଣ ନାୟର
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ ଟିମ୍। ୧୮ ଜଣିଆ ଟେଷ୍ଟ୍ ଘୋଷଣା କଲା ବିସିସିଆଇ। ଶୁଭମନ ଗିଲଙ୍କୁ ଟେଷ୍ଟ ଟିମ୍ର ଦାୟିତ୍ୱ କରାଯାଇଛି। ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ଟିମରେ ଅଛନ୍ତି: ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ।
୮ ବର୍ଷ ପରେ ଫେରିଲେ କରୁଣ; ଏହି ଟିମରେ ବାଦ୍ ପଡିଛନ୍ତି ସର୍ଫରାଜ ଏବଂ ହର୍ଷିତ ରାଣା। ଏଥିସହ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଦଳକୁ ଫେରିଛନ୍ତି ବ୍ୟାଟ୍ସମ୍ୟାନ କରୁଣ ନାୟର।
ସେହ୍ୱାଗ ପରେ ୨ୟ ଭାରତୀୟ ଭାବେ ଟେଷ୍ଟରେ ଡ୍ରିଶତକ କରିଥିଲେ। କ୍ୟାରିୟରରେ ତୃତୀୟ ଟେଷ୍ଟରେ ତ୍ରିଶତକ ସତ୍ତ୍ୱେ ଦଳକୁ ଫେରି ନଥିଲେ। ୬ଟି ଟେଷ୍ଟ ଖେଳି ଷ୍ଟାରଙ୍କ ଭିଡ଼ ଭିତରେ ହଜି ଯାଇଥିଲେ ନାୟର।