ପୁରୀ: ପାଖାପାଖି ବର୍ଷେ ହେବାକୁ ବସିଲାଣି ରତ୍ନଭଣ୍ଡାର ଗୃହ ଖୋଲା ହେଲାଣି। ଆଉ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ମଧ୍ୟ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହୋଇସାରିଛି। ହେଲେ ଏବେଯାଏଁ ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇନାହିଁ।
ତେଣୁ ଏନେଇ ଏବେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଆଗକୁ ରଥଯାତ୍ରା ଆସୁଛି। ତେଣୁ ରଥଯାତ୍ରାରେ ମହାପ୍ରଭୁ ଭାଇ ଭଉଣୀକୁ ସାଙ୍ଗରେ ନେଇ ମାଉସୀ ମା ଘରକୁ ଯିବେ। ଆଉ ଏହି ସମୟରେ ରତ୍ନଭଣ୍ଡାର କାମ ଶେଷ ହେବ।
ଅର୍ଥାତ୍ ନୀଳାଦ୍ରି ବିଜେ ମଧ୍ୟରେ ସରିବ କାମ। ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଠାକୁରଙ୍କ ଚାପ ଖେଳ ପାଇଁ ଏବେ ବନ୍ଦ ରହିଛି ମରାମତି କାମ।
ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ। ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ସମୀକ୍ଷା ହୋଇଛି।