ଧାର୍ମିକସ୍ଥଳରେ ପାପ, ମନ୍ଦିର ଭିତରେ ନାବାଳିକା ଝିଅକୁ ଦୁଷ୍କର୍ମ କଲେ ପୂଜକ

ମନ୍ଦିରର ବିଶ୍ରାମ ଘରେ ନାବାଳିକା ଝିଅକୁ ପୂଜକ ଦୁଷ୍କର୍ମ କରିଥିବା ପରିବର ଲୋକଙ୍କ ଅଭିଯୋଗ।

କୁଚିଣ୍ଡା: ଏହି ଘଟଣାଟି କୌଣସି ବାହାର ରାଜ୍ୟର ଘଟଣା ନୁହେଁ, ବରଂ ଆମ ଓଡ଼ିଶାର ଘଟଣା। ମନ୍ଦିର ଭଳି ପବିତ୍ର ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ। ତାହା ପୁଣି କରିଛନ୍ତି ମନ୍ଦିରର ପୂଜକ। ଯିଏକି ସବୁବେଳେ ଧର୍ମ ଚର୍ଚ୍ଚା କରନ୍ତି।

ସେହି ପୂଜକ ପଶୁ ପାଲଟିଯାଇଛନ୍ତି। ମନ୍ଦିର ପରିସର ଭିତରେ ନିରୀହ ନାବାଳିକା ଝିଅର ଦେହଟାକୁ ଝୁଣି ଖାଇଯାଇଛନ୍ତି। ହଁ ଏପରି ଏକ କଦର୍ଯ୍ୟ ଘଟଣା ଘଟିଛି କୁଚିଣ୍ଡା ଜମନକିରାରେ ଥିବା ଏକ ମନ୍ଦିର ପରିସରରେ।

ଉକ୍ତ ମନ୍ଦିରରେ ନାବାଳିକା ଝିଅଟିକୁ ମନ୍ଦିରର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ମନ୍ଦିରର ବିଶ୍ରାମ ଘରେ ନିଷ୍ପାପ ଝିଅଟିକୁ ପୂଜକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଏତଲା ଆଧାରରେ ପୂଜକକୁ ପୋଲିସ ଥାନାରେ ଅଟକ ରଖିଛି।