ଦୁଇମାସ ଧରି ନାବାଳିକାକୁ ବନ୍ଦୀ, ତା ପରେ ବଳାତ୍କାର, ଗର୍ଭପାତ ପରେ ବେସ୍ୟାବୃତ୍ତି ପାଇଁ ବାଧ୍ୟ
15ବର୍ଷର ଝିଅକୁ ଗୋଟେ ଘରେ ବନ୍ଦୀ କରି, ବାରମ୍ବାର ବଳାତ୍କାର କରି ଯେତେବେଳେ ସେ ଗର୍ଭବତୀ ହୋଇଗଲେ ଗର୍ଭପାତ କରି ତାକୁ ବେସ୍ୟାବୃତ୍ତି ପାଇଁ ବାଧ୍ୟ କଲା ପରିବାର ଜଣେ ସମ୍ପର୍କୀୟ
ମହାରାଷ୍ଟ୍ର: ଦିନକୁ ଦିନ ଗଣଦୁଷ୍କର୍ମର ମାମଲା ବଢ଼ିବାରେ ଲାଗୁଛି। ଲୋକମାନେ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ଛୋଟ ଝିଅଙ୍କୁ ମଧ୍ୟ ଛାଡ଼ୁନାହାଁନ୍ତି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ଡୋମ୍ବିଭାଲିରେ।
ପରିବାରର ଜଣେ ସମ୍ପର୍କୀୟ 15ବର୍ଷର ଝିଅଟିକୁ ଅପହରଣ କରି, 2ମାସ ଧରି ବାରମ୍ବାର ବଳାତ୍କାର କଲା। ସେତିକିରେ ତାର ମନ ବୁଝିଲାନି ଯେ,ଶେଷରେ ଝିଅଟିର ଗର୍ଭପାତ କରି ବେସ୍ୟାବୃତ୍ତି କରିବାପାଇଁ ବାଧ୍ୟ କଲା।
କଣ ଥିଲା ପୁରା ଘଟଣା; ପୀଡିତାଙ୍କ ମାଆ ଖାଇବା ଜିନିଷ ବିକ୍ରି କରନ୍ତି। ସେହିଠାରେ ହିଁ ମସଲା ବିକୁଥିବା ଏହି ଅଭିଯୁକ୍ତଙ୍କ ସହ ତାଙ୍କର ପରିଚୟ ହୁଏ। ଦଶମ ଶ୍ରେଣୀ ପରୀକ୍ଷା ପରେ ପୀଡିତା ଜଣଙ୍କ ତାଙ୍କ ମାଙ୍କ ସହ ଝଗଡା କରି ଘରୁ ବାହାରି ଯାଇଥିଲେ, ସେତିକିବେଳେ ଏହି ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତାର ଫାଇଦା ଉଠାଇ ତାଙ୍କୁ ନିଜ ସହିତ ଯିବା ପାଇଁ କହିଥିଲେ।
ଦୁଇମାସ ଧରି ଅଭିଯୁକ୍ତ ଜଣଙ୍କ ଝିଅଟିକୁ ବନ୍ଦୀ କରି ରଖିଥିଲେ ଏବଂ ବାରମ୍ବାର ବଳାତ୍କାର କରିଥିଲେ। ଯେତେବେଳେ ଝିଅଟି ଗର୍ଭବତୀ ହୋଇଗଲେ ତାଙ୍କର ଗର୍ଭପାତ କରି ଜଣଙ୍କ ଘରେ ରଖି ବେସ୍ୟାବୃତ୍ତି କରିବାକୁ ବାଧ୍ୟ କଲେ।
ପରିବାର ଲୋକେ ଯେତେବେଳେ ଝିଅଟିକୁ ଖୋଜିଲେ, ସେତେବେଳେ ଅଭିଯୁକ୍ତ ଜଣଙ୍କ ପରିବାରକୁ ବାଟବଣା କରିବା ପାଇଁ କହିଥିଲା କି ‘ମୁଁ ତାକୁ ସହରରେ ଦେଖିଥିଲି। ସେ ବହୁତ ରାଗିଛି, କହୁଛି ଆଉ ଘରକୁ ଫେରିବ ନାହିଁ।’
ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ସେତେବେଳେ ଆସିଲା, ଯେତେବେଳେ କିଛି ଶ୍ରମିକ ଝିଅଟିକୁ ଏପରି ଅବସ୍ଥାରେ ଗୋଟେ ଘରେ ଦେଖିଥିଲେ। ତା ପରେ, ପୋଲିସ ସେଠାରେ ଚଢ଼ାଉ କରି ଜଣେ ଦମ୍ପତ୍ତିଙ୍କ ସହିତ ଆଉ 4ଜଣ ଲୋକଙ୍କୁ ଗିରଫ କଲା। ଯଦିଓ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଏପର୍ଯ୍ୟନ୍ତ ଫେରାର ଅଛନ୍ତି ପୋଲିସ ତାଙ୍କୁ ଧରିବା ପାଇଁ ଚେଷ୍ଠା ଜାରି ରଖିଛି।