+୨ ଉତ୍ତର ଖାତା ରିଚେକିଂ ପାଇଁ ଆବେଦନ ଆରମ୍ଭ, ଜୁଲାଇରେ ପ୍ରକାଶ ପାଇବ ଫଳ

ଭୁବନେଶ୍ୱର: ଆଜିଠାରୁ +୨ ଉତ୍ତରଖାତା ରିଚେକିଂ ପାଇଁ ଆବେଦନ ଆରମ୍ଭ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପାରକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ପୁନଃ ଯାଞ୍ଚ ପାଇଁ ଆଜିଠୁ ଆବେଦନ କରିହେବ ।

ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆଦେନ କରିପାରିବେ । ଜୁନ୍ ମାସରେ ରିଚେକିଂ ଆରମ୍ଭ କରାଯିବ । ଏହାପରେ ଜୁଲାଇ ୧୫ ସୁଦ୍ଧର ଇନଷ୍ଟାଣ୍ଟ ପରୀକ୍ଷା ଫଳ ସହ +୨ ପୁନଃ ମୂଲ୍ୟରାୟନ ଫଳ ପ୍ରକାଶ ପାଇବ ।

ଗତ ମେ’ ୨୧ରେ +୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୬,୨୫୧ ଜଣ ଛାତ୍ରୀ ପାସ୍ କରିଥିଲେ ।