ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): କୋଭିଡ଼ ୧୯ ସମ୍ପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ମହାମାରୀ ବିରୁଦ୍ଧରେ ଲଢ଼େଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ । ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା ବୋଲି ସେ କହିଛନ୍ତି । କୋଭିଡ଼ ଯୋଦ୍ଧା ଦରମା ପାଇଁ କାମ କରୁ ନାହାନ୍ତି ବରଂ ଜୀବନରକ୍ଷା ପାଇଁ ମିଶନ ଭଳି କାମ କରୁଛନ୍ତି । ସେମାନଙ୍କ ତ୍ୟାଗଓ ନିଷ୍ଠା ସାରା ଓଡ଼ିଶା ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।