ରାଜ୍ୟରେ ଘୁ… ଘୁ… ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଦେଶରେ ୪ ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।

ପ୍ରତିଦିନ ଯେତିକି ଟେଷ୍ଟ କରାଯାଉଛି ସେଥିରୁ କମ୍ ପଜିଟିଭ୍ ଆସୁଛି । ଗହଳି ସ୍ଥାନକୁ ଯାଆନ୍ତୁନି, ଦରକାର ପଡ଼ିଲେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ଦେଲେ ପରାମର୍ଶ ।

ଦେଶରେ ସଂକ୍ରମଣ ସଂଖ୍ୟା ୪ହଜାର ପାର୍ କରିଛନ୍ତି । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି ।

ତେବେ ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ ।