ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ, ପାସ୍ ହାର ଏତିକି
ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ ପ୍ରକାଶ ପାଇଲା
ଭୁବନେଶ୍ୱର: ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୮୪.୧୦% ରହିଛି। ଗତବର୍ଷଠାରୁ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ପାସ୍ ହାର ୮୩.୨୦% ରହିଛି।
ଚଳିତ ବର୍ଷ ବିଜ୍ଞାନରେ ୭୭.୧୭% ପାସ୍ ହାର ରହିଛି। ସେହିପରି କଳାରେ ୮୫.୯୭ ପ୍ରତିଶତ ପାସ୍ ହାର ରହିଛି। ଏହି ପାସ୍ ହାରରେ ଛାତ୍ରମାନଙ୍କୁ ପଛରେ ପକାଇ ଆଗରେ ଛାତ୍ରୀ ରହିଛନ୍ତି।