ଆଜି IPLର ଫାଇନାଲ ଲଢେଇ, ସନ୍ଧ୍ୟା ୭ଟା ୩୦ ପରେ ଆରମ୍ଭ ହେବ ମହାମୁକାବିଲା

ଆଇପିଏଲରେ ଆଜି ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: ଆଜି ଆଇପିଏଲର ଫାଇନାଲ ମୁକାବିଲା । ପଞ୍ଜାବ କିଙ୍ଗସ ଏବଂ ବେଙ୍ଗାଲୁରୁ ମଧ୍ୟରେ ହେବ ମହାଲଢେଇ । ୩ ବର୍ଷ ପରେ ମିଳିବ ନୂଆ ଚାମ୍ପିଆନ ଟ୍ରଫି । ଏହି ମହାମୁକାବିଲା ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।

ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ବ୍ୟତୀତ ଆଜି ସେଠାରେ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ସମସ୍ତଙ୍କ ନଜର କିଏ ହାତେଇବ ଆଇପିଏଲ ୨୦୨୫ର ଟ୍ରଫି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କ୍ୟାପ୍ଟେନ ରଜତ ପାଟିଦାର କହିଛନ୍ତି ଯେ, ଟିମ ଏଥର ଆଇପିଏଲ ଟାଇଟଲ ଜିତିବା ଲାଗି ସମସ୍ତ ପ୍ରୟାସ ଜାରି ରହିଛି । ଅନ୍ୟପଟେ ପଞ୍ଜାବ କିଙ୍ଗସ ନିଜର ଶାନଦାର ପ୍ରଦର୍ଶନ କରି ଟ୍ରଫି ହାତେଇବ ବୋଲି ଜୋର ସୋରରେ ଲାଗି ପଡ଼ିଛି ।