ବାଲେଶ୍ୱର: ବାଲେଶ୍ୱରର ଜଳେଶ୍ୱର ନିକଟସ୍ଥ ଭୋଗରାଇ ଚନ୍ଦନେଶ୍ୱର ମାର୍କେଟରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଚଢ଼ାଉରେ ବ୍ରାଉନ ସୁଗାର ସହ ନଗଦ 5,500 ଟଙ୍କା ମଧ୍ୟ ଜବତ କରାଯାଇଛି।
ଦିନକୁ ଦିନ ଏହି ସବୁ ମାମଲା ବେଶୀ ମାତ୍ରାରେ ଦେଖିବାକୁ ମିଳୁଛି। କେଉଁଠି ବେଆଇନ ଭାବରେ ବିଦେଶୀ ମଦ ବିକ୍ରି ହେଉଛି ତ କେଉଁଠି ବ୍ରାଉନସୁଗାର। ଭୋଗରାଇ ଚନ୍ଦନେଶ୍ୱର ମାର୍କେଟରେ ମଧ୍ୟ ବ୍ରାଉନ ସୁଗାର ବିକ୍ରୟ ହେଉଥିବାର ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା।
ଏହି ମାମଲାରେ ଯେଉଁ 2 ଜଣଙ୍କୁ ଜବତ କରାଯାଉଛି ସେ 2ଜଣ ମଧ୍ୟ ଆଗରୁ ବ୍ରାଉନ ସୁଗାର କାରବାର ମାମଲାରେ ଜେଲ ଯାଇଥିଲେ। ବର୍ତ୍ତମାନ ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି।