ବୀମା ଓ କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ, ରାସ୍ତା ଅବରୋଧ

ସମ୍ବଲପୁର: ବୀମା ଓ କ୍ଷତି ପୂରଣ ଦାବିରେ ଚାଷୀ ମାନଙ୍କର ବନ୍ଦ ଡାକରା। ଏହି ଘଟଣା ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲାର ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ।

ଦିନକୁ ଦିନ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସେ ମଣ୍ଡି ସମସ୍ୟାକୁ ନେଇ ହେଉ କିମ୍ବା ବୀମା ଓ କ୍ଷତିପୂରଣ ପାଇବା ନିମନ୍ତେ ହେଉ। ଚାଷୀଙ୍କ ସମସ୍ୟା କମିବାର ନାଁ ନେଉନି।

ସେଥିନିମନ୍ତେ ଚାଷୀମାନେ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ବୀମା ଓ କ୍ଷତିପୂରଣ ନିମନ୍ତେ ବିନିକା-ବରପାଲିର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ତା ସହିତ ରାମପୁର ସହରରେ ମଧ୍ୟ ଦୋକାନ ବଜାର ବନ୍ଦ ରହିଛି।

ଏହି ଅବରୋଧ ନିମନ୍ତେ ଏନଏଚରେ ଅଟକି ରହୁଛି ଗାଡି। ଫଳରେ ଯିବା ଆସିବାରେ ବହୁତ ବାଧାପ୍ରାପ୍ତ ହେଉଛି।