ପୁଣି ମିଳିଲା 100 କେଜି ବିସ୍ଫୋରକ, ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ହେଲା ଜବତ
ପୁଣି ମିଳିଲା ବିସ୍ଫୋରକ । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ପ୍ରାୟ 100 କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ ।
କୋଇଡ଼ା: ପୁଣି ମିଳିଲା ବିସ୍ଫୋରକ । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ପ୍ରାୟ 100 କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ ।
ଗତ 27 ତାରିଖରେ 4 ଟନରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା । କେ . ବଲାଙ୍ଗ ବାଙ୍କୋ ଖଣିକୁ ଟ୍ରକରେ 4 ଟନରୁ ଅଧିକ ବିସ୍ଫୋରକ ଆସୁଥିବାବେଳେ ସନ୍ଦିଗ୍ଧ ମାଓବାଦୀ ଲୁଟି ନେଇଥିଲେ । ଏହି ଘଟଣା ପରେ ଓଡ଼ିଶା, ଜାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇ ଆଲର୍ଟ ଜାରି ହୋଇଥିଲା ।
ପ୍ରଥମ ଥରରେ 157 କେଜି ବିସ୍ଫୋରକ ଜବତ ହୋଇଥିବାବେଳେ ଗତ 2 ତାରିଖରେ ତିରିଲିପୋଷିରୁ 2.5 ଟନ୍ ଲୁଟ ବିସ୍ଫୋରକ ଜବତ ହୋଇଥିଲା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ତେବେ ନକ୍ସଲ ଲୁଟ କରୁଥିବା ବିସ୍ଫୋରକ ଭର୍ତ୍ତି ଭ୍ୟାନ ଲୁଟ ଘଟଣାରେ ଗୋଦାମ ମାଲିକ ଶ୍ରାବଣ ଅଗ୍ରୱାଲଙ୍କ କିଛି ସମ୍ପୃକ୍ତି ଅଛି କି ନାହିଁ ସେନେଇ ଖୋଳତାଡ଼ ଚାଲିଛି । ସେପଟେ ଏନେଇ ଆମେ ଉଚ୍ଚ ନ୍ୟାୟାଳୟକୁ ଯିବୁ ବୋଲି କହିଛନ୍ତି ଶ୍ରବଣ ଅଗ୍ରୱାଲଙ୍କ ଓକିଲ ।