ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ୍; ଅସ୍ତରଙ୍କ,କାକଟପୁର ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗ

କାକଟପୁର ଓ ଅସ୍ତରଙ୍କ ବଜାରରେ ରେଡ୍ । ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗର 6 ଜଣିଆ ଟିମ୍ ।

ଅସ୍ତରଙ୍ଗ: ବଜାରରେ ଖାଦ୍ୟ ନିରାପତ୍ତା ବିଭାଗର ରେଡ୍ । କାକଟପୁର ଓ ଅସ୍ତରଙ୍କ ବଜାରରେ ରେଡ୍ । ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗର 6 ଜଣିଆ ଟିମ୍ । ଖାଦ୍ୟ ମାନ ଜାଞ୍ଚ୍, ବହୁ ଖାଦ୍ୟ ଓ ପାଣି ନଷ୍ଟ କଲା ଟିମ୍ । ବିଭିନ୍ନ ହୋଟେଲ, ଢାବା ଉପରେ କଲା ଚଢାଉ । ଜଳଖିଆ ଦୋକାନ, ଫାଷ୍ଟଫୁଡ୍ ଦୋକାନରେ ମଧ୍ୟ ରେଡ୍ କରାଯାଇଛି ।

ସେପଟେ ଭୟରେ ହୋଟେଲ, ଢାବା ବନ୍ଦ କରି ଫେରାର ହୋଇଯାଇଛନ୍ତି ମାଲିକ । ଅସ୍ତରଙ୍ଗ ଝାଡ଼ା ବାନ୍ତି ଆକ୍ରାନ୍ତ ଚିହ୍ନଟ ପରେ ନିଆଯାଇଛି ଏଭଲି ପଦକ୍ଷେପ ।