ଅଧିନାୟକ ଶୁଭମନ ଗିଲଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ ତେନ୍ଦୁଲକର, କହିଲେ-ବାହାରେ କ’ଣ ହେଉଛି ଧ୍ୟାନ ଦିଅନି
ଆଜି ଖେଳାଯିବ ଟେଷ୍ଟ ସିରିଜ୍, କ୍ୟାପ୍ଟେନ୍ ଶୁଭମନ ଗିଲ୍ଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ୍ ତେନ୍ଦୁଲକର
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ ୨୦ ଜୁନରେ ଅର୍ଥାତ ଆଜି ଶୁଭମନ ଗିଲ୍ ପ୍ରଥମ ଥର ଭାରତୀୟ ଟିମର ଅଧିନାୟକତ୍ୱ ସମ୍ଭାଳିବେ। ଭାରତୀୟ ଟିମ ଇଂଲଣ୍ଡ ଗସ୍ତରେ ଅଛି।
ଏଠାରେ ସେମାନଙ୍କୁ ଲିଡସ୍ ମଇଦାନରେ ସିରିଜର ପ୍ରଥମ ମୁକାବିଲା ଖେଳିବାକୁ ପଡିବ। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ମଇଦାନରେ ସିରିଜର ପ୍ରଥମ ମୁକାବିଲା ଖେଳିବାକୁ ପଡ଼ିବ।
ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଶୁଭମନ ଗିଲଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ଶୁଭମନଙ୍କ ଉପରେ, ସେ କେମିତି ଅଧିନାୟକର ଦାୟିତ୍ୱ ସମ୍ଭାଳିବେ। ଏହାରି ମଧ୍ୟରେ ଶୁଭମନ ଗିଲ୍ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସଚିନ ତେନ୍ଦୁଲକର।
ସଚିନ୍ଙ୍କ ଗୁରୁମନ୍ତ୍ର: ସଚିନ ତେନ୍ଦୁଲକର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଗାମୀ ପାଞ୍ଚଟି ମ୍ୟାଚ୍ର ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ପିଟିଆଇକୁ ଦେଇଥିବା ବୟାନରେ ଶୁଭମନ ଗିଲଙ୍କୁ ନେଇ କହିଛନ୍ତି ଯେ, ମୋତେ ଲାଗୁଛି ଶୁଭମନଙ୍କୁ ସମୟ ଏବଂ ସପୋର୍ଟ ଦେବା ଆବଶ୍ୟକ।
କାରଣ ଟିମ ଇଣ୍ଡିଆର ଅଧିନାୟକତ୍ୱ ସମ୍ଭାଳିବା ଖୁବ୍ ଚ୍ୟାଲେଞ୍ଜିଂ। ତୁମକୁ ଅନେକ ପ୍ରକାରର ପରାମର୍ଶ ଦିଆଯିବ ଯେ, ଏପରି କରିବା ଦରକାର ଏବଂ ଏପରି ନ କରିବା ଆବଶ୍ୟକ।
କିନ୍ତୁ ତୁମକୁ ଏହି ଜିନିଷ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ଯେ, ଯାହା ଟିମ୍ ପାଇଁ ଆବଶ୍ୟକ ତାହା କରିବା ଦରକାର। ଟିମର ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ପଡ଼ିବ।
ସେ ଆହୁରି କହିଛନ୍ତି ଯେ, ଶୁଭମନ ଗିଲଙ୍କୁ ଜଣେ ଅଧିନାୟକ ଭାବେ, ବାହ୍ୟ ଶବ୍ଦ ପ୍ରତି ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ। ଲୋକେ ନିଜର ରାୟ ଦେବେ, ହେଲେ ଶେଷରେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ଯେ, ଡ୍ରେସିଂ ରୁମର ମାହୋଲ କିପରି ରହିଛି ଏବଂ ଟିମ ପାଇଁ କେଉଁ ନିଷ୍ପତ୍ତି ନେବା ଆବଶ୍ୟକ।
ଏହା ବ୍ୟତୀତ ଆଉ କିଛି ନାହିଁ। ଏଥିସହ ସଚିନ୍ ଟେଷ୍ଟ ସିରିଜକୁ ନେଇ ଟିମ ଇଣ୍ଡିଆର ଖେଳାଳିଙ୍କୁ ଅନେକ ପରାମର୍ଶ ଦେଇଛନ୍ତି।