ବଢ଼ିଲା UG ନାମ ଲେଖା ସମୟସୀମା, କାଲି ୩ଟା ପର୍ଯ୍ୟନ୍ତ ହେବ ଆଡମିଶନ୍

ଭୁବନେଶ୍ୱର: ଆସନ୍ତା କାଲି ୟୁଜି ନାମ ଲେଖାର ଶେଷ ଦିନ । ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା ।

ପ୍ରଥମ ରାଉଣ୍ଡ ୟୁଜି୨୦୨୫-୨୬ ନାମଲେଖା ଅବଧି ବଢ଼ିଲା । ଜୁନ୍ ୨୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଲା ସମୟସୀମା ।

ଟଙ୍କା ଜମା କରି ନ ଥିଲେ, ବର୍ଦ୍ଧିତ ସମୟ ଭିତରେ କରିପାରିବେ । ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି ତେବେ କରିପାରିବେ ।

ଫ୍ରିଜ୍, ସ୍ଲାଇଡ୍, ଫ୍ଲେଟ ଅପ୍ସନ ଆପଣାଇ ପାରିବେ । ପ୍ରତମ ରାଉଣ୍ଡରେ ମନୋନୀତ ପିଲା ଏହା କରିପାରିବେ ।

ରାଜ୍ୟରୀ ବିଭିନ୍ନ କଲେଜଗୁଡ଼ିକରେ ୟୁଜି ନାମଲେଖା ଜୋରସୋରରେ ଆଗେଇ ଚାଲିଛି । କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଭିଷଣା ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।

ଭିଡ଼ ଓ ପିଲାଙ୍କ ଆଗ୍ରହକୁ ନେଇ ୟୁଜି ନାମଲେଖାର ଅବଧି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଢ଼ାଇ ଦିଆଯିବା ନିଷ୍ପତ୍ତି ହୋଇଛି ।