65 ବର୍ଷିୟ ବୃଦ୍ଧଙ୍କ କମାଲ; ଯେମିତି ବି ଫିଙ୍ଗିଲେ ହୋଇଯାଏ ରଙ୍ଗୋଲି, ମାସେ ପୂର୍ବରୁ କରିବାକୁ ପଡ଼େ ବୁକ୍

ଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା କଳା, ସଂସ୍କୃତି ଏବଂ ସୃଜନଶୀଳତାର ଏକ ଚମତ୍କାର କେନ୍ଦ୍ର ପାଲଟିଛି। କିନ୍ତୁ ଏଥର ଆଲୋଚନାର କେନ୍ଦ୍ର ହେଉଛନ୍ତି ଜଣେ 65 ବର୍ଷୀୟ ବୃଦ୍ଧ ରୂପ ସିଂହ ଚୋପ୍ରା ।

ଭୋପାଳ: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା କଳା, ସଂସ୍କୃତି ଏବଂ ସୃଜନଶୀଳତାର ଏକ ଚମତ୍କାର କେନ୍ଦ୍ର ପାଲଟିଛି। କିନ୍ତୁ ଏଥର ଆଲୋଚନାର କେନ୍ଦ୍ର ହେଉଛନ୍ତି ଜଣେ 65 ବର୍ଷୀୟ ବୃଦ୍ଧ ରୂପ ସିଂହ ଚୋପ୍ରା । ଯାହାଙ୍କ ଆଙ୍ଗୁଠିରୁ ରଙ୍ଗୋଲି ନୁହେଁ, ବରଂ ଲାଗେ ଯେପରି ଯାଦୁ ବର୍ଷା ହେଉଛି ।

ଶନି ମନ୍ଦିର ଅଞ୍ଚଳରେ ରହୁଥିବା ରୂପ ସିଂହ ଜଣେ ସାଧାରଣ କଳାକାର ନୁହଁନ୍ତି। ସେ ଖାଲି ଏମିତି ହାତରେ ରଙ୍ଗ ଫିଙ୍ଗିଦେଇଥାନ୍ତି ଏବଂ ଆଖି ପିଛୁଳାକେ ଜଟିଳରୁ ଜଟିଳ ରଙ୍ଗୋଲି ଡିଜାଇନ୍ ହୋଇଯାଏ। ତାଙ୍କୁ ନା କୌଣସି ସ୍କେଚ୍ ଦରକାର, ନା କୌଣସି ବିଶେଷ ଉପକରଣ, କେବଳ ରଙ୍ଗ ଏବଂ ତାଙ୍କ ଅଭିଜ୍ଞ ହାତ।

50 ବର୍ଷର ଯାତ୍ରା

ରୂପ ସିଂହ କୁହନ୍ତି ଯେ “ମୁଁ ଏକ କପି-ବହିରୁ ରଙ୍ଗୋଲି ତିଆରି କରିବା ଆରମ୍ଭ କଲି। ଯେତେବେଳେ ପର୍ବପର୍ବାଣୀ ଆସୁଥିଲା, ମୁଁ ରଙ୍ଗୋଲିରେ ଘର ଅଗଣା ସଜାଉଥିଲି। ଧୀରେ ଧୀରେ ଲୋକମାନେ ମୋର କଳାକୁ ଚିହ୍ନିବା ଆରମ୍ଭ କଲେ ଏବଂ ଆଜି ମୁଁ ଦେଶର ୫ଟି ରାଜ୍ୟକୁ ନିମନ୍ତ୍ରିତ ହୋଇଛି।”  ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନୁହେଁ, ଏହା ସମାଜ, କାର୍ଯ୍ୟକ୍ରମ ଏବଂ ପର୍ବପର୍ବାଣୀର ଏକ ଅଂଶ ପାଲଟିଛି। ସେ କଳଶ ଯାତ୍ରା, ଶୋଭା ଯାତ୍ରା, ଧାର୍ମିକ ଅନୁଷ୍ଠାନରେ ଟ୍ରାକ୍ଟର ବା ଟ୍ରଲିରେ ବସି ରଙ୍ଗ ଛିଞ୍ଚି ଛିଞ୍ଚି ଚାଲିଥାନ୍ତି ଏବଂ ରଙ୍ଗୋଲି ତାର ଆପେ ଆପେ ହେଇ ଚାଲିଥାଏ।

ପାଞ୍ଚଟି ରାଜ୍ୟର ଲୋକମାନେ ତାଙ୍କର ପ୍ରଶଂସକ

ରୂପ ସିଂହଙ୍କ କଳାକୃତିର ପ୍ରସିଦ୍ଧି କେବଳ ବୁରହାନପୁର ପର୍ଯ୍ୟନ୍ତ ସୀମିତ ନୁହେଁ। ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ ଏବଂ କାଶ୍ମୀରରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି । ଧାର୍ମିକ କାର୍ଯ୍ୟକ୍ରମ ଠାରୁ ବିବାହ ପର୍ଯ୍ୟନ୍ତ ଯେଉଁଠାରେ କଳାର ଆବଶ୍ୟକତା ଅଛି, ତାଙ୍କୁ ନିମନ୍ତ୍ରଣ କରାଯାଏ। ସବୁଠୁ ବଡ଼ କଥା ହେଉଛି, ତାଙ୍କ କଳା ଏତେ ଲୋକପ୍ରିୟ ଯେ, ଲୋକମାନେ ତାଙ୍କୁ ମାସେ ପୂର୍ବରୁ ବୁକ୍ କରନ୍ତି।

ରୂପ ସିଂହ ସୋସିଆଲ ମିଡିଆରେ ତାଙ୍କ ରଙ୍ଗୋଲି ଭିଡିଓ ସେୟାର କରି ଅଧିକ ଅଧିକ ଲୋକଙ୍କ ନିକଟରେ ତାଙ୍କ କଳାକୁ ପହଞ୍ଚାଇ ପାରିଛନ୍ତି । ଆଜି ତାଙ୍କ ହାତ ରଙ୍ଗୋଲି ପ୍ରତ୍ୟେକ ବୟସର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।