ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ଜଗନ୍ନାଥ ଧାମ ଆସିବାକୁ ପସନ୍ଦ କରିଛନ୍ତି। କାନାଡ଼ା ଗସ୍ତ ସମୟରେ ଟ୍ରମ୍ପ ତାଙ୍କୁ ୱାଶିଂଟନ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ। ମାତ୍ର, ମୋଦୀ କହିଛନ୍ତି, “ମୋତେ ମହାପ୍ରଭୁ ଜଗନ୍ନାଥଙ୍କ ଧାମରୁ ନିମନ୍ତ୍ରଣ ମିଳିଛି। ମୁଁ ଜଗନ୍ନାଥ ଧାମକୁ ଯିବାକୁ ପସନ୍ଦ କରୁଛି, ଆମେରିକା ଯାଇ ହେବନି।”
ମୋଦୀ ଆହୁରି କହିଛନ୍ତି, “ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି।” ତାଙ୍କ ଏହି ନିଷ୍ପତ୍ତି ତାଙ୍କର ଆଧ୍ୟାତ୍ମିକ ଆକର୍ଷଣ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଗଭୀର ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି। ଏହା ଓଡ଼ିଶାବାସୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ସୃଷ୍ଟି କରିଛି।
#WATCH | Bhubaneswar, Odisha: “Just two days ago, I was in Canada for the G7 summit and the US President Trump called me. He said, since you have come to Canada, go via Washington, we will have dinner together and talk. He extended the invitation with great insistence. I told the… pic.twitter.com/MdLsiYnNCQ
— ANI (@ANI) June 20, 2025
ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଜେପି ଶାସନ ଆସିବା ସହିତ ଓଡ଼ିଶାରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆସାମ ଓ ତ୍ରିପୁରାର ଉଦାହରଣ ଦେଇ ସେ କହିଛନ୍ତି, “ଯେଉଁଠାରେ ବିଜେପି ସରକାର ଆସିଛି, ସେଠାରେ ବିକାଶ ଆସିଛି।”
ମୋଦୀ କହିଛନ୍ତି, ଓଡ଼ିଶା ଦଶନ୍ଧି ଦଶନ୍ଧି ଧରି ଗରିବୀ ସହ ଜୁଝି ଆସୁଛି, କିନ୍ତୁ ବିଜେପିର ଡବଲ ଇଞ୍ଜିନ ସରକାର ଏହାର ସମାଧାନ ପାଇଁ ପୂରା ଜୋର ଲଗାଇଛି। ଆଜିର ଶିଳାନ୍ୟାସ ଓ ଉଦ୍ଘାଟନ ଏହି ବିକାଶର ପ୍ରମାଣ। ପୂର୍ବରୁ ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ଓ କିଷାନ ସମ୍ମାନ ନିଧି ଭଳି କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ଥିଲେ, କିନ୍ତୁ ଏବେ ଏହାର ପୂରା ଲାଭ ରାଜ୍ୟକୁ ମିଳୁଛି। ଏପରିକି ଗୁଜରାଟର ସୁରତରେ ରହୁଥିବା ଓଡ଼ିଆ ସମୁଦାୟ ମଧ୍ୟ ଏହି ଯୋଜନାରୁ ଉପକୃତ ହେଉଛନ୍ତି।
ପ୍ରଧାନମନ୍ତ୍ରୀ ଆଦିବାସୀ ସମାଜର ଉନ୍ନତି ଉପରେ ଗୁରୁତ୍ବ ଦେଇ କହିଛନ୍ତି, ପୂର୍ବରୁ ଆଦିବାସୀମାନେ ଉପେକ୍ଷା ଓ ନକ୍ସଲବାଦୀ ହିଂସାର ଶିକାର ହେଉଥିଲେ। କିନ୍ତୁ ବିଜେପି ସରକାର ନକ୍ସଲବାଦକୁ ନିୟନ୍ଣନ କରି ଆଦିବାସୀଙ୍କୁ ମୁଖ୍ୟଧାରାକୁ ଆଣିଛି। ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ପିଏମ୍ ଜନମନ ଯୋଜନା ଆରମ୍ଭ ହୋଇଛି, ଯାହା ଆଦିବାସୀ ସମାଜର ବିକାଶରେ ସହାୟକ ହେଉଛି। ଏହା ସହିତ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଛି।
ଓଡ଼ିଶାକୁ ଶିଳ୍ପ ହବ୍ ରୂପେ ଗଢ଼ି ତୋଳିବା ପାଇଁ ପାରାଦୀପ, ଚଣ୍ଡିଖୋଲ ଓ ଗୋପାଳପୁରରେ ବିକାଶ କାର୍ଯ୍ୟ ଜୋରଦାର ଚାଲିଛି। ପେଟ୍ରୋ କେମିକାଲ କ୍ଷେତ୍ରରେ ରାଜ୍ୟରେ ଦେଢ଼ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ଓଡ଼ିଶା ସରକାରଙ୍କ ଭିଜନ ୨୦୩୬ ଯୋଜନାକୁ ପ୍ରଶଂସା କରି ମୋଦୀ କହିଛନ୍ତି, “ମୁଁ ଏହି ଯୋଜନାକୁ ଭଲଭାବେ ଅନୁଧ୍ୟାନ କରିଛି। ପୂର୍ବ ଭାରତର ବିକାଶରେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”