ପହଲଗାମ ଆକ୍ରମଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2 ସହଯୋଗୀ ଗିରଫ
ପହଲଗାମ ଆକ୍ରମଣରେ NIA କୁ ବଡ଼ ସଫଳତା । ପହଲଗାମ ଆକ୍ରମଣରେ ଜଡି଼ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2 ସହଯୋଗୀ ଗିରଫ ।
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଘଟଣାରେ NIAକୁ ବଡ଼ ସଫଳତା । 2 ସ୍ଥାନୀୟ ଲୋକଙ୍କୁ ଗିରଫ କଲା NIA । ବାରକୋଟର ପରଭେଜ ଅହମ୍ମଦ ଓ ପହଲଗାମର ବସିର ଅହମ୍ମଦ ଗିରଫ ।
ଲସ୍କର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2 ସହଯୋଗୀଙ୍କୁ ଗିରଫ କଲା NIA । 3 ଆତଙ୍କବାଦୀଙ୍କ ପରିଚୟ ଦେଲେ ଗିରଫ 2 ସହଯୋଗୀ ।
ପହଲଗାମ୍ ଆକ୍ରମଣରେ 26 ଜଣଙ୍କର ହୋଇଥିଲା ମୃତ୍ୟୁ ।