ନୂଆଦିଲ୍ଲୀ: ବଢ଼ିଲା ଅଶୋଧିତ ତେଲ ଦର। ବଜାରରେ ଇରାନ ଓ ଇସ୍ରାଏଲ ଯୁଦ୍ଧର ପ୍ରଭାବ। ୨ ପ୍ରତିଶତ ବଢ଼ିଲା ଅଶୋଧିତ ତେଲ ଦର। ଇରାନ ଓ ଇସ୍ରାଏଲ ଯୁଦ୍ଧ ଭିତରେ ଆମେରିକାର ଏଣ୍ଟ୍ରି ପରେ ଯୁଦ୍ଧ ଉଗ୍ର ରୂପ ନେବା ଆଶଙ୍କାରେ ତେଲ ଦରରେ ନିଆଁ ଲାଗିଛି।
ଅଶୋଧିତ ତେଲ ଏବେ ୮୧ ଡଲାର ଅର୍ଥାତ୍ ୭୦୨୬.୭୯ରେ ପହଞ୍ଚିଛି। ତେଲ ଦର ବଢିବା ସତ୍ତ୍ୱେ ମଧ୍ୟ ଭାରତୀୟ ଲୋକଙ୍କୁ କିନ୍ତୁ ଆଶ୍ୱସ୍ତି ମିଳିଛି।
କାରଣ ଏଠି ପେଟ୍ରୋଲ-ଡିଜେଲ ରେଟରେ ବି ଆଜି କିଛି ପରିବର୍ତ୍ତନ ହୋଇନାହିଁ। ନୂଆଦିଲ୍ଲୀରେ ପେଟ୍ରୋଲ ୯୪.୭୭ ଟଙ୍କା ଥିବା ବେଳେ, ଡିଜେଲ ୮୭.୬୭ ଟଙ୍କାରେ ବିକ୍ରି ହେଉଛି।