ଓଡ଼ିଶାବାସୀଙ୍କ ପାଇଁ ନବୀନ ଦ୍ରୁତ ଆରୋଗ୍ୟ ହେଉଛନ୍ତି; ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରେମ ଦେଲେ ସୂଚନା

ମୁମ୍ବାଇ: ଅସ୍ତ୍ରୋପଚାର ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ଓଡ଼ିଶାବାସୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା କରୁଥିବାରୁ ଧନ୍ୟବାଦ୍ ଜଣାଇଲେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ।

ରାଜ୍ୟବାସୀଙ୍କ ଭଲପାଇବା ପାଇଁ ନୀବନ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା କହିଲେ ପ୍ରେମ । ଗତକାଲି ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ୍ ଆର୍ଥାଇଟିସ୍ ଅସ୍ତ୍ରୋପଚାର କରାଯାଇଥିଲା ।

ସୁସ୍ଥ ହେବା ନେଇ ଦଳୀୟ କର୍ମକର୍ତ୍ତା ଜଗନ୍ନାଥଙ୍କ ପାଖରେ ପାର୍ଥନା କରିବା ସହ ସୁସ୍ଥ କାମନା କରିଥିଲେ ।