‘ଦୁଇ ଦେଶ ଚାହୁଁଥିଲେ ଯୁଦ୍ଧବିରତି..’, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦାବି

ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ଦାବି

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନ ପର୍ଯ୍ୟନ୍ତ ଚାଲୁଥିବା ଯୁଦ୍ଧ ପରେ ସିଜଫାୟର ହୋଇଛି। ଦୁଇ ଦେଶ ମଝିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଜଫାୟରର ଘୋଷଣା କରିଥିଲେ।

ଏହାରି ମଧ୍ୟରେ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଇରାନର ପରମାଣୁ ସୁବିଧାଗୁଡ଼ିକୁ ନଷ୍ଟ କରିବା ଏବଂ ଯୁଦ୍ଧକୁ ରୋକିବା ମୋ ପାଇଁ ସମ୍ମାନର ବିଷୟ। ସେ ଏହା ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ ଏବଂ ଇରାନ ସମାନ ଭାବେ ଚାହୁଁଥିଲେ ଯେ, ଯୁଦ୍ଧ ରୋକିଯାଉ।

ଇସ୍ରାଏଲ ଉପରେ କାହିଁକି ରାଗିଲେ ଟ୍ରମ୍ପ: ଯୁଦ୍ଧବିରତିର ଘୋଷଣା ପରେ ମଧ୍ୟ ଦୁଇ ଦେଶ ଜଣେ ଅନ୍ୟ ଉପରେ ଆକ୍ରମଣ ରୋକିନଥିଲେ। ଏନେଇ ଟ୍ରମ୍ପ ଇସ୍ରାଏଲ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଘୋଷଣା ପରେ ଇସ୍ରାଏଲ ଅଭିଯୋଗ ଆଣିଛି ଯେ, ଇରାନ ତା’ ଉପରେ ମିସାଇଲ ମାଡ଼ କରୁଛି।

ଏହାପରେ ଇସ୍ରାଏଲ ମଧ୍ୟ ନିଜର ଲଢାକୁ ବିମାନ ପଠାଇଥିଲା। ଏହାପରେ ଟ୍ରମ୍ପ ଇସ୍ରାଏଲକୁ ଚେତାବନୀ ଦେଇଥିଲେ ଯେ, ଇରାନ ଉପରେ ବୋମା ପକାଅ ନାହିଁ। ଏପରି କରିବା ଯୁଦ୍ଧବିରତିର ଉଲ୍ଲଘଂନ କରିବା।

ନିଜ ପାଇଲଟମାନଙ୍କୁ ଫେରାଇ ଅଣ। ଏନେଇ ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବ ନାହିଁ। କାହାରିକୁ କ୍ଷତି ହେବ ନାହିଁ।

ସିଜଫାୟର ପ୍ରଭାବଶାଳୀ। ସେ କହିଛନ୍ତି ଯେ, ଇରାନରେ ଶାସନ ପରିବର୍ତ୍ତନର ଆଶା ନାହିଁ, କାରଣ ସେଠାରେ ଯୁଦ୍ଧବିରତି ଲାଗୁ ହୋଇସାରିଛି।