ଆଜି ଜ୍ୱରରୁ ଉଠିବେ ମହାପ୍ରଭୁ, ଅଢ଼େଇ ଘଣ୍ଟା ପାଇଁ ଦେବେ ନବଯୌବନ ଦର୍ଶନ

ପୁରୀ: ଅଣସରରେ ଗୁପ୍ତସେବା ପରେ ସୁସ୍ଥ ହେଲେ ମହାପ୍ରଭୁ । ଆଜି କାଳିଆ ଠାକୁରଙ୍କ ନବ ଯୌବନ ଦର୍ଶନ ହେବ ।

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସକାଳ ୮ଟାରୁ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ ।

ଅଢ଼େଇ ଘଣ୍ଟା ପାଇଁ ନବ ଯୌବନ ବେଶରେ ମହାପ୍ରଭୁ ଦେବେ ଦର୍ଶନ । ସକାଳ ୮ରୁ ୯ଟା ପର୍ଯ୍ୟନ୍ତ ପାରିମାଣିକ ଦର୍ଶନ ଅନୁଷ୍ଠିତ ହେବ ।

ନବଯୌବନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।