ଭୁବନେଶ୍ୱର: ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୨ ଦିନ ଲଗାଣ ବର୍ଷା ନେଇ ସତର୍କତା ଜାରି ।
କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ବର୍ଷା ନେଇ ରହିଛି ଆଶଙ୍କା । ଉତ୍ତର-ପଶ୍ଚିମ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।
ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଯକରେ ପ୍ରବଳ ବର୍ଷା ନେଇ ଆଶଙ୍କା । ଭୁବନେଶ୍ୱରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାନେଇ ପୂର୍ବାନୁମାନ କରାଯାଇଛି ।
କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଅନୁଗୁଳୁ, ଦେବଗଡ଼, ଝାସୁଗୁଡ଼ା, ବରଗଡ଼ରେ ପ୍ରବଳ ବର୍ଷା ଅମ୍ଭାବନା ରହିଛି ।
ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
କାଲି ରଥଯାତ୍ରାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭକ୍ତ ଭିଜି ଭିଜି ରଥ ଟାଣିବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।