ଭାରତରେ ବିରୋଧ ହେଲା ବୋଲି ପାକିସ୍ତାନରେ ରିଲିଜ ହେଲା କି ଦିଲଜିତଙ୍କ ଫିଲ୍ମ? ଥମୁନି ବିବାଦ
ଦିଲଜିତଙ୍କ ଫିଲ୍ମ 'ସର୍ଦ୍ଦାର ଜୀ 3'କୁ ନେଇ ବିବାଦ, ଜାଣନ୍ତୁ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଏବଂ ଗାୟକ ଦିଲଜିତ ଦୋସାଞ୍ଜ କିଛି ଦିନ ହେଲାଣି ନିଜ ଫିଲ୍ମ ‘ସର୍ଦ୍ଦାର ଜୀ 3’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ 27 ଜୁନରେ ଭାରତ ବାହାରେ ବିଦେଶରେ ରିଲିଜ୍ ହେବାକୁ ପ୍ରସ୍ତୁତ ହେଉଛି।
ଭାରତରେ ଏହି ଫିଲ୍ମର ବିରୋଧ କରାଯାଉଥିଲା। ଏବେ ପାକିସ୍ତାନରେ ଏହି ଫିଲ୍ମର ରିଲିଜ୍ କୁ ମଧ୍ୟ କଡ଼ା ସମାଲୋଚନା କରାଯାଉଛି। କିଛି ଦିନ ପୂର୍ବରୁ ଏକ ସ୍କ୍ରିନସଟ୍ ଭାଇରାଲ୍ ହେଉଛି।
ଯେଉଁଥିରେ ଏହି ଫିଲ୍ମକୁ ପାକିସ୍ତାନର କିଛି ସିନେମା ଘରେ ରିଲିଜ୍ ପାଇଁ ଲିଷ୍ଟ କରାଯାଇଥିବା ଦେଖାଯାଇଥିଲା। ଯାହା ପରେ ଲୋକମାନେ ଏବେ କ୍ରୋଧିତ ହୋଇ ଦିଲଜିତ ଦୋସାଞ୍ଜଙ୍କୁ କଡ଼ା ସମାଲୋଚନା କରୁଛନ୍ତି।
ଏହି ନିଷ୍ପତ୍ତିକୁ ଲଜ୍ଜାଜନକ କହିଲେ ଲୋକେ: ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ‘ସର୍ଦ୍ଦାରଜୀ 3’ ଭାରତରେ ରିଲିଜ୍ ହେଉନାହିଁ। ଏହା କିଛି ସମୟ ଧରି ବିରୋଧର ସମ୍ମୁଖୀନ ହେଉଛି। ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ଏହି ଫିଲ୍ମରେ କାମ କରିଛନ୍ତି। ଯାହା ପରେ ଭାରତର ଲୋକମାନେ ଏହି ଫିଲ୍ମକୁ ବିରୋଧ କରୁଛନ୍ତି।
ଫୱାଦ ଖାନ ଏବଂ ବାଣୀ କପୁରଙ୍କ ଫିଲ୍ମ ଭାରତରେ ରିଲିଜ୍ ହୋଇପାରିଲା ନାହିଁ। ଏବେ ଦିଲଜିତ ଦୋସାଞ୍ଜଙ୍କ ଏହି ଫିଲ୍ମକୁ ମଧ୍ୟ ବିରୋଧ କରାଯାଉଛି। ଏହି ଫିଲ୍ମର ନିର୍ମାତା ଏହାକୁ ଭାରତରେ ରିଲିଜ୍ ନକରି ଭାରତ ବାହାରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏବେ କୁହାଯାଉଛି ଯେ, ଜୁନ୍ 27 ତାରିଖରେ ଏହି ଫିଲ୍ମ ପାକିସ୍ତାନର କିଛି ସିନେମା ହଲ୍, ଲାହୋର, କରାଚୀ, ଇସଲାମାବାଦ, ଫୈସଲାବାଦ ଏବଂ ସିଆଲକୋଟରେ ରିଲିଜ୍ ହେବାକୁ ଯାଉଛି।
ଏହା ଦେଖି ଲୋକମାନେ ନିନ୍ଦା କରି କ୍ରୋଧ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ଲୋକମାନେ ଦିଲଜିତ ଦୋସାଞ୍ଜଙ୍କ ଏହି ନିଷ୍ପତ୍ତିକୁ ଲଜ୍ଜାଜନକ ମଧ୍ୟ କହିଛନ୍ତି।