କାହିଁକି ଗଡୁନି ଜଗାର ନନ୍ଦିଘୋଷ ରଥ, ରାତି ହୋଇଗଲାଣି ହେଲେ ଏବେ ବି ସିଂହଦ୍ୱାର ସାମ୍ନାରେ ଠିଆ ହୋଇଛି ନନ୍ଦିଘୋଷ ରଥ

ନନ୍ଦିଘୋଷ ରଥ ଗଡ଼ିବା ପାଇଁ ବିଳମ୍ୱ ହେବାର କାରଣ କ'ଣ?

ପୁରୀ: ରାତି ଆସି ୮ଟା ବାଜିବାକୁ ବସିଲାଣି, ହେଲେ ଏଯାଏଁ ଗଡ଼ିନି ନନ୍ଦିଘୋଷ ରଥ। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ପରେ ବି କାଲିଆର ନନ୍ଦିଘୋଷ ରଥଟଣାରେ ବିଳମ୍ୱ।

ଏବେବି ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଛି ନନ୍ଦିଘୋଷ ରଥ। ଜଗାର ରଥକୁ ଟାଣିବାକୁ ଭକ୍ତଙ୍କ ମନ ବ୍ୟାକୁଲ, ହେଲେ ଏବେଯାଏଁ ରାତି ଅଧ ହେଲାଣି ଗଡ଼ିନି ଜଗାର ରଥ।

ସେପଟେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କାହିଁ କେତେ ଆଗରୁ ଗଡ଼ିଲାଣି, ହେଲେ ଏଯାଏଁ କାହିଁକି ଗଡୁନି ଜଗାର ନନ୍ଦିଘୋଷ ରଥ, ସେହି ପ୍ରଶ୍ନ ସମସ୍ତଙ୍କ ମନକୁ ବ୍ୟାକୁଳ କରୁଛି।