ଓଟ ଆକୃତିର ମଲ, ରାତିରେ କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ

ଓଟ ଆକୃତିର ମଲକୁ ଦେଖିବା ପାଇଁ ପ୍ରବଳ ଗହଳି

ଓଡିଶା ଭାସ୍କର: ଓଟ ଆକୃତିର ମଲ, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ମଲ ସାଉଦି ଆରବରେ ନିର୍ମିତ ହେଉଛି। ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ତିଆରି ହୋଇନଥିବାବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି।

ସାରା ବିଶ୍ୱରେ ଅନେକ ମଲ ରହିଛି କିନ୍ତୁ ଏହି ମଲଟି ଏପରି ଡିଜାଇନ କରାଯାଇଛି ଯେ, ଲୋକଙ୍କ ପାଇଁ ଏହା ଏକ ବଡ଼ ଆକର୍ଷଣୀୟ କେନ୍ଦ୍ର ପାଲଟିଛି। ମରୁଭୂମିର ଜାହାଜ କହିଲେ ଓଟକୁ ବୁଝାଇଥାଏ। ଓଟ ସମଗ୍ର ମଧ୍ୟପ୍ରାଚ୍ୟର ସଂସ୍କୃତିର ପ୍ରତୀକ। କିନ୍ତୁ ଏହି ଆକୃତିର ଏକ ମଲ କିପରି ଦେଖାଯିବ ତାହା ଲୋକଙ୍କ ପାଇଁ କଳ୍ପନା କରିବା ସହଜ ନୁହେଁ।

ରାତିରେ ଏହାର ଦୃଶ୍ୟ ଏତେ ମନୋରମ ହୋଇଥାଏ ଯେ, ଦେଖିଲେ ଆଖି ଫେରେଇ ନେବାକୁ ଇଛା ହୁଏ ନାହିଁ। ଏହି ମଲକୁ ବିଭିନ୍ନ ପ୍ରକାର ଲାଇଟରେ ସଜେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଏ।

ଏହି ଓଟ ଆକୃତିର ସପିଂ ମଲର ଭିଡିଓକୁ ମହମ୍ମଦ ଖାଲିଦ ହୁସେନ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ 63 ଲକ୍ଷ ଭ୍ୟୁ ମିଳିଛି।