3 ବର୍ଷର ଛୁଆ ଉପରେ ଚଢ଼ିଗଲା SUV, ତା ପରେ…

ଛାତି ଥରାଇ ଦେବା ଭଳି ଘଟଣା, ଅଳ୍ପକେ ବଞ୍ଚିଲା ଜୀବନ

ଗୁଜୁରାଟ: ଖେଳୁଥିବା ସମୟରେ 3 ବର୍ଷର ଛୁଆ ଉପରେ ଚଢ଼ିଗଲା SUV କାର। ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ନବସାରୀ ଜିଲ୍ଲାରେ। ଯାହାକୁ ଦେଖି ସେଠାରେ ଥିବା ସମସ୍ତ ଲୋକଙ୍କ ଆଖି ଛଳଛଳ ହୋଇଗଲା।

କଥାରେ ଅଛି ରଖେ ହରି ତ ମାରେ କିଏ? ଯାହାର ସମ୍ପୂର୍ଣ୍ଣ ଉଦାହରଣ ହେଉଛି ଏହି ଘଟଣା। ଖେଳୁଥିବା ସମୟରେ ଏକ 3 ବର୍ଷର ଶିଶୁ SUV କାର ତଳେ ପଡ଼ିଯାଇଥିଲା, କିନ୍ତୁ ପରିବାରର ସତର୍କତା ଯୋଗୁଁ ଶିଶୁଟି ସୁରକ୍ଷିତ ଭାବରେ ବଞ୍ଚି ଯାଇଥିଲା। ଏହି ଘଟଣାର ଏକ CCTV ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସମଗ୍ର ଘଟଣା ସ୍ପଷ୍ଟ ଭାବରେ ଦେଖାଯାଉଛି।

ଭିଡିଓରେ, ପିଲାଟି ଘର ବାହାରେ ଖେଳୁଥିବାର ଦେଖାଯାଉଛି, କିନ୍ତୁ ଯେତେବେଳେ ଏକ SUV କାର ଆସୁଛି ସେହି ସମୟରେ ପିଲାଟି ତାର କିଛି ଜିନିଷ ଉଠାଇବାକୁ ଯାଇ କାର ତଳେ ପଡିଯାଉଛି।

ଯାହାକୁ ଦେଖି କାର ଚାଳକ ତୁରନ୍ତ ବ୍ରେକ୍ ମାରିଛନ୍ତି, ଯାହା ଫଳରେ ହେବାକୁ ଥିବା ଏକ ବଡ଼ ଦୁର୍ଘଟଣାଟି ଟଳିଯାଇଛି। ପରିବାରର ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ ସୁରକ୍ଷିତ ଭାବରେ ବାହାରକୁ ଆଣିବା ସହିତ କାର ଚାଳକଙ୍କ ସହିତ ଯୁକ୍ତିତର୍କ କରିଥିବାର ମଧ୍ୟ ଏହି ଭିଡିଓରେ ଦେଖାଯାଇଛି।