ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଏବେ ଇଡକୋର ଅଧ୍ୟକ୍ଷ ଅଛନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି ।

ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଅଛନ୍ତି ଶାଶ୍ୱତ । ଶାଶ୍ୱତଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରକୁ ଯିବା ପରେ ପଦବୀ ଖାଲି ପଡ଼ିଥିଲା । ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବାକୁ ଥିବାରୁ ଶାଶ୍ୱତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।

ଓଡ଼ିଆ ଓ ଦକ୍ଷ ଅଧିକାରୀଙ୍କୁ ସରକାର ଗୁରୁତ୍ୱ ଦେଉଥିବାବେଳେ ଶାଶ୍ୱତଙ୍କୁ ବଛାଯାଇଥିବା ଆଲୋଚନା ହେଉଛି ।