ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’, କାଜୋଲ ଓ ଅକ୍ଷୟ କୁମାରଙ୍କର ବିଗିଡ଼ିଗଲା ଖେଳ
କାଜୋଲ ଓ ଅକ୍ଷୟ କୁମାରଙ୍କ ଫିଲ୍ମକୁ ବହୁତ ପଛରେ ପକାଇଦେଲା ଅମୀର ଖାନଙ୍କ ଫିଲ୍ମ
ଓଡିଶା ଭାସ୍କର: ରେକର୍ଡ କାଟିଲା ଆମିର ଖାନଙ୍କ ‘ସିତାରେ ଜମିନ୍ ପର’ ଫିଲ୍ମ। ଫିଲ୍ମ ରିଲିଜ୍ ହେବାର 10 ଦିନ ବିତିଯାଇଥିଲେ ବି 90 କୋଟି ବଜେଟରେ ନିର୍ମିତ ଫିଲ୍ମଟି 200 କୋଟି ପାଖାପାଖି ପହଞ୍ଚିଛି। ଜୁନ୍ ମାସରେ ସମସ୍ତଙ୍କ ନଜର ଯେଉଁ ତିନୋଟି ଫିଲ୍ମ ଉପରେ ଥିଲା, ତା’ମଧ୍ୟରେ ଆମିର ଖାନଙ୍କ ‘ସିତାରେ ଜମିନ୍ ପର’ ନମ୍ବର ୱାନ୍ରେ ଅଛି।
ଅକ୍ଷୟ କୁମାରଙ୍କ ‘କନପ୍ପା’ ଏବଂ କାଜୋଲଙ୍କ ଫିଲ୍ମ ‘ମା’ ରିଲିଜ୍ ହେବାର ମାତ୍ର 3 ଦିନ ହୋଇଛି। କିନ୍ତୁ ଅମିରଙ୍କ ଫିଲ୍ମର ଦବଦବା ରହିଛି। ଦଶମ ଦିନରେ ଫିଲ୍ମଟି ଏତେ ରୋଜଗାର କରିଛି ଯେ ଅକ୍ଷୟ-କାଜୋଲ ଏକାଠି ମିଶିଗଲେ ମଧ୍ୟ କମ ପଡିଯିବ।
‘କନପ୍ପା’ର ଦ୍ୱିତୀୟ ଦିନର ବକ୍ସ ଅଫିସ୍: ବିଷ୍ଣୁ ମାଞ୍ଚୁଙ୍କ ଫିଲ୍ମକୁ ଅଧିକ ଲୋକପ୍ରିୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି। ଏହି କାରଣରୁ ଅକ୍ଷୟ କୁମାରଙ୍କୁ ଫିଲ୍ମରେ ଭଗବାନ ଶିବ ଏବଂ ପ୍ରଭାସଙ୍କୁ ତାଙ୍କ ରୁଦ୍ର ଭାବରେ ଉପସ୍ଥାପିତ କରାଯାଇଥିଲା।
ଫିଲ୍ମର VFX ମଧ୍ୟ ବହୁତ ଭଲ ଥିଲା, କିନ୍ତୁ ରେଜଲ୍ଟ ଭଲ ଆସିନଥିଲା। ଏବେ SACNILC ର ରିପୋର୍ଟ ଆସିଛି। ତୃତୀୟ ଦିନରେ ଫିଲ୍ମଟି ଭାରତରୁ 7.25 କୋଟି ରୋଜଗାର କରିଛି। ଏହା ସହିତ, ମୋଟ ରୋଜଗାର 23.75 କୋଟିରେ ପହଞ୍ଚିଛି।
ପ୍ରଥମ ଦିନରେ ଏହା 9.35 କୋଟି ସହିତ ଆରମ୍ଭ ହୋଇଥିବା ବେଳେ, ଦ୍ୱିତୀୟ ଦିନ ବ୍ୟବସାୟ 7.15 କୋଟି ଥିଲା। ବର୍ତ୍ତମାନ ତୃତୀୟ ଦିନରେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ନାହିଁ।
କାଜୋଲଙ୍କ ‘ମା’ ଫିଲ୍ମର ରୋଜଗାର: କାଜୋଲଙ୍କ ଫିଲ୍ମ ‘ମା’ ୪.୬୫ କୋଟି ସହିତ ଓପନିଂ କରିବା ପରେ, ଏହା ଦ୍ୱିତୀୟ ଦିନରେ ୬ କୋଟି ରୋଜଗାର କରିଥିଲା। ତୃତୀୟ ଦିନରେ ୬.୭୫ କୋଟିର ବ୍ୟବସାୟ କରିଥିଲା।