ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଅର୍ଥାତ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ ରାଷ୍ଟ୍ରପତି। ପ୍ରଥମ ଦିନ ବା ଜୁଲାଇ ୧୪ ତାରିଥ ଦିନ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଯେପରିକି ଭୁବନେଶ୍ୱରରେ ଏମ୍ସ ସମାବର୍ତ୍ତନା ଉତ୍ସବରେ ଯୋଗ ଦେବେ।

ସେହିପରି ଜୁଲାଇ ୧୫ ତାରିଖ ଦିନ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ଶ୍ରୀମତି ମୁର୍ମୁ ୧୫ ତାରିଖ ଦିନ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ଏହାସହ ରେଭେନ୍ସା ବାଳିକା ବିଶ୍ୱବିଦ୍ୟାଳୟର କରିବେ ଶିଳାନ୍ୟାସ। କେବଳ ସେତିକି ନୁହେଁ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କଟକର କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ।