3 ଦିନ ସାବଧାନ ରୁହନ୍ତୁ ଏହି ଜିଲ୍ଲା! ହୋଇପାରେ ପ୍ରବଳ ବର୍ଷା, 6 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ସମ୍ଭାବନା ।

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି । ବାଲେଶ୍ବର ଏବଂ ମୟୂରଭଞ୍ଜ ସମ୍ପୁର୍ଣ୍ଣ ଜଳମଗ୍ନ ରହିଛି । ସେହିପରି ଦଶରଥପୁରରେ ବିପଦ ସଙ୍କେତ ଡେଇଁଛି ବ୍ରାହ୍ମଣୀ ।

ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ଆହୁରି ଡରାଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ, ରାଜ୍ୟରେ 3ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସ୍ଥାନରେ ପ୍ରବଳ ବର୍ଷା- ପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଏବଂ ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।

ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି କୁହାଯାଇଛି ।  ସେହିପରି ଗୁରୁବାର ମଧ୍ୟ ବର୍ଷା ନେଇ ଅନେକ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

ଆସୁଛି ଆଉ ଏକ ଲଘୁଚାପ- ଝାରସୁଗୁଡା, ବରଗଡ଼, ନୂଆପଡା, ବଲାଙ୍ଗୀରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ଏହାରି ଭିତରେ 4 ତାରିଖରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଯଦି ଏହା ହୁଏ ତାହାଲେ ରାଜ୍ୟର ଅନେକ ସ୍ଥାନ ଜଳମହ୍ନ ହେବ ।