ଗୁରୁମାଙ୍କ ରାସଲୀଳା, ଗୋଟିଏ ବର୍ଷ ଧରି ଲଗାତାର ଛାତ୍ରଙ୍କୁ କରୁଥିଲେ ଦୁଷ୍କର୍ମ
5 ଷ୍ଟାର ହୋଟେଲରେ କରୁଥିଲେ ଦୁଷ୍କର୍ମ, ନୀରବ ରଖିବା ପାଇଁ ଦେଉଥିଲେ ଆଣ୍ଟି ଡିପ୍ରେସନ ଔଷଧ
ମୁମ୍ବାଇ: ପ୍ରତିଷ୍ଠିତ ସ୍କୁଲର ଶିକ୍ଷୟିତ୍ରୀ ଜଣେ ନାବାଳକ ଛାତ୍ରଙ୍କୁ କରିଛନ୍ତି ବଳାତ୍କାର। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଦେଶର ଶ୍ରେଷ୍ଠ ପାଞ୍ଚଟି ସ୍କୁଲ ମଧ୍ୟରୁ ଗୋଟିଏ ବୋଲି ବିବେଚିତ ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ନାବାଳକ ଛାତ୍ରଙ୍କୁ ବଳାତ୍କାର କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି।
ଦାଦର ପୋଲିସ ଶିକ୍ଷକଙ୍କ ବିରୋଧରେ POCSO ଆଇନ, କିଶୋର ନ୍ୟାୟ ଆଇନ ଏବଂ ନ୍ୟାୟ ସଂହିତାର ଅନ୍ୟାନ୍ୟ ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରିଛି।
ପୋଲିସର କହିବା ଅନୁଯାୟୀ, ପୀଡିତ ଛାତ୍ର ଜଣକ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଯୌନ ନିର୍ଯାତନାର ଶିକାର ହେଉଥିଲେ। ଏହି ସମୟ ମଧ୍ୟରେ, ଛାତ୍ରଙ୍କୁ ମୁମ୍ବାଇର ଅନେକ ପଞ୍ଚତାରକା ହୋଟେଲକୁ ନିଆଯାଇ ଯୌନ ନିର୍ଯାତନା ଦିଆଯାଇଥିଲା। ଅଭିଯୁକ୍ତ ଶିକ୍ଷୟିତ୍ରୀ ଛାତ୍ରଟିକୁ ନୀରବ ରଖିବା ପାଇଁ ତାଙ୍କୁ ଆଣ୍ଟି ଡିପ୍ରେସନ ଔଷଧ ମଧ୍ୟ ଦେଉଥିଲେ।
ଛାତ୍ରଟି HSC ପରୀକ୍ଷା ସମାପ୍ତ କରିବା ପରେ ଏହି ଘଟଣା ବିଷୟରେ ପିତାମାତାଙ୍କୁ କହିଲା, ଏହା ଶୁଣି ପୀଡିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିଲା।