ଶେଖ ହାସିନାଙ୍କୁ ବଡ଼ ଝଟକା, ଶୀଘ୍ର ଗିରଫ ହେବେ ଭାରତରେ ଲୁଚିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ !
ଶେଖ୍ ହାସିନାଙ୍କୁ ଜେଲଦଣ୍ଡ ଶୁଣାଇଲେ କୋର୍ଟ।
ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ବଡ଼ ଝଟକା। ଏବେ ହାସିନା ରହିବେ ଜେଲରେ। କାରଣ ହାସିନାଙ୍କୁ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ବୁଧବାର ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀଙ୍କୁ ଅବମାନନା ମାମଲାରେ ଦଣ୍ଡାଦେଶ ଦେଇଛନ୍ତି।
ଏବେ କେଉଁଠି ହାସିନା: ତେବେ ଏଇ ବର୍ଷେ ପୂର୍ବେ ବାଂଲାଦେଶର ସ୍ଥିତି କିପରି ଥିଲା ଉଣା ଅଧିକେ ପ୍ରାୟ ସମସ୍ତଙ୍କୁ ଜଣାଥିବ। ତତକାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଅବସ୍ଥା କ’ଣ ହୋଇଥିଲା କହିବା ବି ଆବଶ୍ୟକତା ନାହିଁ।
୧୧ ମାସ ପୂର୍ବରୁ ସଂରକ୍ଷଣ ହିଂସା ଶେଖ୍ ହାସିନାଙ୍କ ପଦ ଛଡ଼଼େଇ ନେଇଥିଲା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଏବଂ ଦେଶ ଛାଡିବା ପରେ ହାସିନା ଭାରତକୁ ଚାଲି ଆସିଥିଲେ। ଏବେ ବି ହାସିନା ଭାରତରେ ଆଶ୍ରୟ ନେଇଛନ୍ତି।
ହାସିନାଙ୍କୁ ଜେଲ ଦଣ୍ଡ: କିନ୍ତୁ ଏବେ ହାସିନାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ପ୍ରଦାନମନ୍ତ୍ରୀ ପଦ ଛାଡିବା ପରେ ଆୱାମୀ ଲିଗ୍ ନେତାଙ୍କୁ କୌଣସି ମାମଲାରେ ଦଣ୍ଡିତ କରାଯିବା ଏହା ପ୍ରଥମ ଘଟଣା।
‘ଢାକା ଟ୍ରିବ୍ୟୁନ୍’ ଖବରକାଗଜ ଅନୁସାରେ, ବିଚାରପତି ମହମ୍ମଦ ଗୁଲାମ ମୁର୍ତାଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ର ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ନିଷ୍ପତ୍ତି ଜାରି କରିଛନ୍ତି।
ସମାନ ନିଷ୍ପତ୍ତିରେ, ଟ୍ରିବ୍ୟୁନାଲ୍ ଗାଇବନ୍ଧାର ଗୋବିନ୍ଦଗଞ୍ଜର ଶକିଲ ଆକନ୍ଦ ବୁଲବୁଲଙ୍କୁ ଦୁଇ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେଣୁ ଏବେ ହାସିନା ବି ଗିରଫ ହୋଇପାରନ୍ତି।
ଦଳ ଉପରେ ପ୍ରତିବନ୍ଧକ: ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ପୂର୍ବରୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି।
ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ବାଂଲାଦେଶରେ ନିଷିଦ୍ଧ କରାଯାଇଛି। ୟୁନୁସ୍ ଆତଙ୍କବାଦ ବିରୋଧୀ ଆଇନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଶେଖ ହାସିନାଙ୍କ ନାଁରେ ଅନେକ ମାମଲା: ବାଂଲାଦେଶରେ ଶେଖ ହାସିନାଙ୍କ ବିରୋଧରେ ଅନେକ ମାମଲାରେ ମାମଲା ଚାଲିଛି। ହାସିନାଙ୍କ ବିରୋଧରେ ଦୁର୍ନୀତିଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି।
ବାଂଲାଦେଶର ୟୁନୁସ୍ ସରକାର ଭାରତକୁ ଶେଖ ହାସିନାଙ୍କୁ ଫେରାଇବାକୁ ଅନେକ ଥର ଅନୁରୋଧ କରିଛନ୍ତି। ଭାରତ ସରକାର ଏହି ଅନୁରୋଧଗୁଡ଼ିକର କୌଣସି ଉତ୍ତର ଦେଇନାହାଁନ୍ତି।
ହାସିନା ୟୁନୁସ୍ ସରକାରଙ୍କୁ ଆକ୍ରମଣ କରିଆସୁଛନ୍ତି: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅନେକ ଥର ୟୁନୁସ୍ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି।
ହାସିନା କହିଛନ୍ତି ଯେ ଆଲ୍ଲା ତାଙ୍କୁ ଏକ କାରଣ ପାଇଁ ଜୀବିତ ରଖିଛନ୍ତି ଏବଂ ସେହି ଦିନ ଆସିବ ଯେତେବେଳେ ଆୱାମୀ ଲିଗ୍ ସଦସ୍ୟଙ୍କୁ ଟାର୍ଗେଟ କରିଥିବା ଲୋକଙ୍କୁ ଦଣ୍ଡ ଦିଆଯିବ।
ଗତ ବର୍ଷ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହୋଇଯାଇଥିବା ବେଳେ ଶେଖ ହସିନା ଭାରତ ଆସିଥିଲେ।