ଭାଙ୍ଗିଲା କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍‌

ଭାଙ୍ଗିଗଲା କପର୍ ଡ୍ୟାମ୍‌

ଯୋଡ଼ା: କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ ଭାଙ୍ଗିଯାଇଛି। ବାସୁଦେବପୁର ବୈତରଣୀ ନଦୀରେ ନିର୍ମାଣାଧୀନ ପ୍ରକଳ୍ପ। ଡିପ୍ଲିସନ୍ ସୁଇଟ ଗେଟ ପାଇଁ ଅସ୍ଥାୟୀ ଡ୍ୟାମ ନିର୍ମାଣ ହୋଇଥିଲା। କପର୍ ଡ୍ୟାମ୍ ଭାଙ୍ଗିବାରୁ ତଳ ମୁଣ୍ଡରେ ବନ୍ୟା ହେବାର ଆଶଙ୍କା ରହିଛି।

ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଟି ଗେଟ୍‌। ୬ ଓ ୭ ନମ୍ବର ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଛଡ଼ାଗଲା ବନ୍ୟା ପାଣି। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି।

ରାଜ୍ୟରେ ତଥା ଦେଶରେ ବର୍ଷା ଜାରି ରହିଛି। ଏଥିପାଇଁ ଉପରମୁଣ୍ଡରୁ ପାଣି ଆସି ସବୁ ନଦୀ ନାଳ ଜଳରେ ପରିପୂର୍ଣ୍ଣ ହୋଇଛି। ଏହି ବନ୍ୟାଜଳକୁ ନିଷ୍କାସନ କରିବା ଲାଗି କିଛି ଡ୍ୟାମର ଗେଟ୍ ଖୋଲାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳୁଛି।