ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ସନ୍ଧ୍ୟା 6 ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ

ଆଜି ଶୋଧ ହେବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଜି ସନ୍ଧ୍ଯା 6 ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ ।

ପୁରୀ: ଆଜି ଶୋଧ ହେବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଜି ସନ୍ଧ୍ଯା 6 ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ । ସେପଟେ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତକାଲି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଗଲା ।

ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ପରେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଦକ୍ଷିଣ ମୋଡ଼ କରାଯାଇଥିଲା । ସନ୍ଧ୍ୟା ହୋଇଯିଵାରୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରାଯାଇନଥିଲା ।

ସେପଟେ ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଆସନ୍ତାକାଲି ‘ସନ୍ଧ୍ୟା ଦର୍ଶନ’ ଥିବାରୁ ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ ବୋଲି ସୂଚନା ମିଳିଛି । ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ ।